ଭାରତ

 ବିଜେପିରେ ଯୋଗ ଦେଲେ ଦେଶର ସବୁଠାରୁ ଧନୀ ମହିଳା

(ହରିୟାଣା): ଦେଶର ସବୁଠାରୁ ଧନୀ ମହିଳା ତଥା ହରିୟାଣାର ପୂର୍ବତନ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ କଂଗ୍ରେସ ଛାଡି ଆଜି ବିଜେପିରେ ହୋଇଛନ୍ତି ସାମିଲ । କିଛି ଦିନ ପୂର୍ବରୁ ତାଙ୍କ ପୁଅ ତଥା ଶିଳ୍ପପତି ନବୀନ ଜିନ୍ଦଲ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।

ସୂଚନାନୁଯାୟୀ , ୮୪ ବର୍ଷୀୟ ସାବିତ୍ରୀ ଜିନ୍ଦଲ ସୋସିଆଲ ମିଡିଆ ପୋଷ୍ଟରେ କଂଗ୍ରେସ ଛାଡିବା ନେଇ ଜଣାଇଥିଲେ । ସାବିତ୍ରୀ ଜିନ୍ଦଲ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ କଂଗ୍ରେସ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ସାବିତ୍ରୀ ଜିନ୍ଦଲ ତାଙ୍କ ର ସୋମିଆଲ ମିଡ଼ିଆରେ ଲେଖିଛନ୍ତି ହିସାରର ଲୋକମାନେ ମୋର ପରିବାର ଏବଂ ମୋ ପରିବାରର ପରାମର୍ଶ କ୍ରମେ ମୁଁ ଆଜି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି । କଂଗ୍ରେସ ନେତୃତ୍ୱ ମୋତେ ସମର୍ଥନ କରିଥିବାରୁ ଏବଂ ମୋର ସମସ୍ତ ସହକର୍ମୀଙ୍କୁ ମୁଁ କୃତଜ୍ଞତା ଜଣାଉଛି, ଯେଉଁମାନେ ମୋତେ ସର୍ବଦା ସମର୍ଥନ ଏବଂ ସମ୍ମାନ ପ୍ରଦାନ କରିଥିଲେ ।

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଲେ

mahabharatanews

ଟିକେଟ ଦେଲା ବିଜେପି, ଲଢ଼ିବାକୁ ମନା କଲେ ପବନ ସିଂହ

mahabharatanews

ଦିଲ୍ଲୀ ବିମାନବନ୍ଦରକୁ ଉଡାଇଦେବାକୁ ଧମକ

mahabharatanews