Uncategorized

କଟକଣା ମଧ୍ୟରେ କେବଳ ପୁରୀରେ ଗଡିବ ରଥ

ନୂଆଦିଲ୍ଲୀ: ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ହୋଇଛି । ମହାପ୍ରଭୁଙ୍କ ନିକଟରେ କରୋନା ମହାମାରୀର ପରାଜୟ ଘଟିଛି । ଶହଶହ ବର୍ଷର ଏହି ରଥଯାତ୍ରା ପରମ୍ପରାକୁ ସାମାନ୍ୟ ଭୂତାଣୁ ପରାସ୍ତ କରିପାରିଲାନି, ଶେଷରେ ସୁପ୍ରିମ କୋର୍ଟଙ୍କ ମୁଖ୍ୟ ବିଚାରପତି ଏସ ଏ ବୋବଡେଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ନିର୍ଦ୍ଦିଷ୍ଟ କଟକଣା ମଧ୍ୟରେ ରଥ ଟାଣିବାକୁ ଅନୁମତି ଦେଇଛନ୍ତି । କରୋନା ନେଗେଟିଭ ସେବାୟତ ରଥ ଯାତ୍ରାରେ ସାମିଲ ହେବେ,
କେନ୍ଦ୍ର ସରକାରଙ୍କ ସରକାରୀ ଓକିଲ ତୁଷାର ମେହତା ଯୁକ୍ତି ବାଢିଥିଲେ । ଏହି ମାମଲାରେ ୮ ଜଣ ବରିଷ୍ଠ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ । ସୀମିତ ତଥା କରୋନା ପରୀକ୍ଷାରେ ନେଗେଟିଭ ଥିବା ସେବାୟତଙ୍କୁ ନେଇହେବ ରଥଯାତ୍ରା । ପୁରୀ ସହରକୁ ନାକାବନ୍ଦୀ କରିଦିଆଯିବ । ବାହାରୁ କେହି ପୁରୀ ସହର ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ ।
ସୁପ୍ରିମ କୋର୍ଯଙ୍କ ରଥ ଟାଣିବାକୁ ଅନୁମତି ମିଳିବା ପରେ ବିଶ୍ୱର କୋଣ ଅନୁକୋଣରେ ଥିବା ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ୪ ଦିନ ଧରି ଥିବା କୋଧ, ଅବସାଦର ଅନ୍ତ ଘଟିଛି । ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଖେଳିଯାଇଛି ଆନନ୍ଦ ଉଲ୍ଲାସ । ଟେଲିଭିଜର ପରଦାରେ ଦେଖିବେ ମହାପ୍ରଭୁଙ୍କୁ । ତାଙ୍କ କାଳିଆ ସାଆନ୍ତ ମାଉସୀ ମା’ ଘରକୁ ୯ ଦିନ ଯାତ୍ରା କରିବେ । ଜଗନ୍ନାଥଙ୍କ ପରମ୍ପରା ଅତୁଟ ରଖିବାକୁ ନେଇ ୪ କୋଟି ଓଡିଆ ସୁପ୍ରିମ କୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related posts

ଗଡକରିଙ୍କ ବଡ ନିଷ୍ପତ୍ତି: ପ୍ରବାସୀ ଶ୍ରମିକଙ୍କୁ ଜାତୀୟ ରାଜପଥ ନିର୍ମାଣରେ ନିୟୋଜିତ କରାଯାଇ ପାରେ

mahabharatanews

ଚୀନରେ କୋରୋନୋ ଭୂତାଣୁ ସଂକ୍ରମଣ: ୧୩୯ ସଂକ୍ରମିତ

mahabharatanews

ଏଚ୧ଏନ୧ ସଂକ୍ରମଣ: ଭ୍ୟାକ୍ସିନ ନେବାକୁ ଜଷ୍ଟିସ ବୋବଡେଙ୍କ ପରାମର୍ଶ

mahabharatanews