ଓଡିଶାଶିକ୍ଷା

ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବହି ଓ ବସ୍‍ ସେବା

ଭୁବନେଶ୍ୱର:- ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ସରକାରୀ ବସ୍‌ରେ ଛାତ୍ରଛାତ୍ରୀ ମାଗଣା ସ୍କୁଲ ଯାଇପାରିବେ । ପରିଚୟପତ୍ର ଦେଖାଇ ମାଗଣାରେ ଛାତ୍ରଛାତ୍ରୀ ସ୍କୁଲ ଯିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି । ସେହିପରି ପିଲାଙ୍କୁ ମାଗଣା ବହି ମଧ୍ୟ ମିଳିବ । ପୂର୍ବରୁ ଏସ.ସି ଓ ଏସଟି ପିଲାଙ୍କୁ ମାଗଣା ବହି ମିଳୁଥିଲା, ସରକାର ଏବେ ସବୁ ପିଲାଙ୍କୁ ମାଗଣା ବହି ଦେବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଶିକ୍ଷା ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଦିବାସୀ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ଦେବା ଉପରେ ଗୁରୁତ୍ୱାରୋପ କରିବାକୁ ବୈଠକରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ସହିତ SC/ST RTI ସହଯୋଗରେ କୋରାପୁଟରେ ଏକ ବହୁଭାଷୀ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯିବ । ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ହେବ । NCERT ଢ଼ାଞ୍ଚାରେ SCERTକୁ ବିକଶିତ କରିବାକୁ ପଦକ୍ଷେପ ନିଆଯିବ । ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Related posts

କ୍ୱାରାଣ୍ଟାଇନ ରୁମରେ ଅବ୍ୟବସ୍ଥା,ସରକାର ଙ୍କ ନିର୍ଦେଶକୁ ମାନୁନାହାନ୍ତି ସରପଞ୍ଚ

mahabharatanews

ସୁନା ବ୍ୟବସାୟୀଙ୍କ କର୍ମଚାରୀଙ୍କୁ ଗୁଳି କରି ଚମ୍ପଟ

mahabharatanews

ଜାଣନ୍ତୁ କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣର ସ୍ପର୍ଶ ସମୟ

mahabharatanews