ଓଡିଶା

ଏମାର ମଠରେ ତଲାସୀ ଅଭିଯାନ ଆରମ୍ଭ

ଗୋପ(ଜୟନ୍ତ କୁମାର ସେଠୀ): ରୁପା ଇଟାକୁ ନେଇ ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଏମାର ମଠ ଚର୍ଚ୍ଚାରେ ଥିବା ବେଳେ ଆଜି ପୁଣି ଗୁପ୍ତ ଧନ ତଲାସୀ ଅଭିଯାନ ଆରମ୍ଭ ହୋଇଛି । ମଠର ବିଭିନ୍ନ ସ୍ଥାନରେ ଆଉ କିଛି ମୁଲ୍ୟବାନ ଜିନିଷ ଥିବା ସନ୍ଦେହ କରାଯାଇ ତଲାସୀ କରାଯଉଥିବା ବେଳେ ଜିଲ୍ଲା ପ୍ରଶାସନ , ଦେବୋତ୍ତର କମିସନ ଓ ରାଜ୍ୟ ପ୍ରତ୍ନତାତ୍ତ୍ୱିକ ବିଭାଗ ତଲାସୀ କାର୍ଯ୍ୟକ୍ରମରେ ସାମିଲ ରହିଛନ୍ତି । ଗତ କିଛିଦିନ ତଳେ ଏମାର ମଠ ଅନ୍ତରୀଣ ଟ୍ରଷ୍ଟ ପକ୍ଷରୁ ମଠରେ ଆଉ କିଛି ମୁଲ୍ୟବାନ ସାମଗ୍ରୀ ତଥା ଗୁପ୍ତ ଧନ ଥିବା ସନ୍ଦେହ କରାଯିବା ପରେ ଦେବୋତ୍ତର କମିସନଙ୍କ ନିକଟକୁ ଏ ନେଇ ଅବଗତ କରାଯାଇ ଥିଲା। ପରେ ନିଷ୍ପତ୍ତି ମୁତାବକ ଆଜି ମେଟାଲ ଡ଼ିଟେକ୍ଟରରେ ତଲାସୀ କରାଯାଉଛି । ତେବେ ଏ ପର୍ୟ୍ୟନ୍ତ କୌଣସି ମୁଲ୍ୟବାନ ସାମଗ୍ରୀ ମିଳି ନ ଥିବା ଜଣାପଡିଛି ।

Related posts

ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା, ଘରୁ ନବାହାରିବାକୁ ପରାମର୍ଶ  

mahabharatanews

ସ୍କୁଲରେ ନାମଲେଖା ଫୋନ, ୱାଟ୍ସଆପରେ ହେବ 

mahabharatanews

ରାଜ୍ୟରେ ନୂଆ କରୋନା ସଂଖ୍ୟା ୧୫୪୭

mahabharatanews