ଓଡିଶା

୩ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା

(ପାରାଦୀପ) : ଏଯାଏଁ ନିଖୋଜ ଅଛନ୍ତି ୩ ମତ୍ସ୍ୟଜୀବୀ । ପାରାଦୀପ ମୁହାଣ ମୁହଁରେ ଡଙ୍ଗା ବୁଡିବା ଘଟଣାରେ ନିଖୋଜ ୩ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇନାହିଁ । କୋଷ୍ଟଗାର୍ଡ ହେଲିକପ୍ଟର ଦ୍ୱାରା ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ହେଲେ ଏଯାଏଁ କିଛି ତଥ୍ୟ ମିଳିନାହିଁ ।

ସୂଚନାନୁଯାୟୀ, ମତ୍ସ୍ୟଜୀବୀମାନେ ମାଛଧରି ଫେରୁଥିବାବେଳେ ମୁହାଣରେ ଡଙ୍ଗା ଓଲଟି ପଡିଥିଲା । ମୁହାଣରେ ବୋଟ୍ ଓଲଟି ପଡିବାରୁ ୮ଜଣ ମତ୍ସ୍ୟଜୀବୀ ବୁଡ଼ିଗଲେ । ସେଥିରୁ ୫ ଜଣ ଉଦ୍ଧାର ହୋଇଛନ୍ତି । ଅନ୍ୟ ୩ ଜଣଙ୍କୁ ହେଲିକପ୍ଟର ଦ୍ୱାରା ଖୋଜା ଚାଲିଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆଜି ପୁଣି ଆରମ୍ଭ ହୋଇଛି ଅପରେସନ୍ । ପାରାଦୀପ ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ନିକଟରେ ବାସୁଲେଇ-୨ ମାଛ ଧରା ବୋଟ ବୁଡିଯାଇଥିଲା । ପାରାଦୀପରେ ମହାନଦୀ ମୁହାଣରେ ଡଙ୍ଗାବୁଡ଼ି ଘଟଣାରେ ଜାରି ରହିଛି ସର୍ଚ୍ଚ ଅପରେସନ । ଏବେ ବି ୩ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ଏ ସମ୍ପର୍କରେ କୌଣସି ସୂଚନା ମିଳିପାରିନି ।

Related posts

ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ

mahabharatanews

ଗୃହରକ୍ଷୀଙ୍କ ପାଇଁ ଖୁସି ଖବର, ବଢିଲା ଡ୍ୟୁଟି ଭତ୍ତା

mahabharatanews

ପୁରୀରେ ପହଞ୍ଚିଲେ ୫-ଟି ସଚିବ

mahabharatanews