ଓଡିଶା

ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ୧୪୪ ଧାରା ଜାରି 

(ସମ୍ବଲପୁର) : ରାତି ପାହିଲେ ଷଷ୍ଠ ପର୍ଯ୍ୟାୟ ମତଦାନ ଆରମ୍ଭ ହେବ । ଏଥି ପାଇଁ ସବୁଠାରେ ବଡ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ରାଜ୍ୟ ପୋଲିସ । ଆସନ୍ତାକାଲି ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ କରାଯିବ। ଭୋଟ ପୂର୍ବରୁ ଏଠାରେ ୧୪୪ ଧାରା ଜାରି କରାଯାଇଛି।

ସୂଚନାନୁଯାୟୀ , ୧୪୪ ଧାରା ଜାରି ହୋଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ପୁଲିସ ମୁଖ୍ୟ। କାଲି ମତଦାନ ଥିବାରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୁଲିସ ଏହି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି। ଆସନ୍ତା ୨୬ ତାରିଖ ସକାଳ ୧୦ଟା ଯାଏଁ ୧୪୪ ଧାରା ଲାଗୁ ହୋଇଛି। କେତେକ ସମ୍ବେଦନଶୀଳ ବୁଥରେ ସିଆରପିଏଫ୍‌‌ ଯବାନ ମୁତୟନ ରହିବେ ବୋଲି ସୂଚନା ମିଳିଛି। ଆସନ୍ତାକାଲି ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ଭୋଟ ପୂର୍ବରୁ ଏଠାରେ ୧୪୪ ଧାରା ଜାରି କରାଯାଇଛି।

Related posts

୩ ଦିନ ଧରି ବିଧାୟକଙ୍କ କରୋନା ଟେଷ୍ଟ

mahabharatanews

ଆଜି କଟକ ଆସୁଛନ୍ତି ମମତା ବାନାର୍ଜୀ

mahabharatanews

ବଜ୍ରପାତରେ ରାଜ୍ୟରେ ୧୦ ଜଣଙ୍କ ମୃତ୍ୟୁ

mahabharatanews