ଭାରତ

ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି 

(ଜାମ୍ମୁ କାଶ୍ମୀର) : ଜାନୁଆରୀ ୨୨ ରେ ଅଯୋଧ୍ୟା ସହରରେ ରାମ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ରାମଲଲା ପ୍ରଣ ପ୍ରତୀଷ୍ଟା ସମାରୋହକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସିମାନେ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି । ଜାମ୍ମୁରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରାଯାଇଛି ।

ସୁରକ୍ଷା ଏଜେନ୍ସି ଚେତାବନୀ ଯେ , ସାରା ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଯୋଧ୍ୟା ରାମ ମନ୍ଦିର ସମାରୋହର ଉଦଘାଟନ ପୂର୍ବରୁ ଆତଙ୍କବାଦୀ ସଂଗଠନମାନେ ରାଜ୍ୟରେ ଏକ ଆତଙ୍କବାଦୀ ଘଟଣା କରିବାକୁ ଯୋଜନା କରୁଛନ୍ତି ବୋଲି ସୁରକ୍ଷା ଏଜେନ୍ସି ଆଶଙ୍କା ପ୍ରକାଶ କରିଛନ୍ତି । ପାକିସ୍ତାନ ଆତଙ୍କବାଦୀମାନେ ରାଜ୍ୟର ଯେକୌଣସି ସାମରିକ ବେସ କିମ୍ବା ଗୁରୁତ୍ୱପୂର୍ଣ୍ଣ କୋଠାକୁ ଟାର୍ଗେଟ କରିପାରିବେ ବୋଲି ଏଜେନ୍ସି ଚେତାବନୀ ଦେଇଛି । ଏହି ସତର୍କ ସୂଚନା ପରେ ସୀମାଠାରୁ ସହର ପର୍ଯ୍ୟନ୍ତ ଜାମ୍ମୁରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Related posts

ମୃତ୍ୟୁ ବରଣ କଲେ ବିଷ ପିଇଥିବା ସାଂସଦ 

mahabharatanews

 ଅପରାହ୍ନ ୪ଟାରେ ଆହୁରି ନିକଟତ ହେବ ଚନ୍ଦ୍ରଯାନ -୩ 

mahabharatanews

ବିଭିନ୍ନ ସ୍ଥାନରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ରୋଡ୍‌ ସୋ

mahabharatanews