ଭାରତ

ଆଜି ହେବ ଗର୍ଭଗୃହର ଶୁଦ୍ଧିକରଣ

(ଦିଲ୍ଲୀ) : ଶ୍ରୀରାମଙ୍କ ପାଇଁ ଚାରିଆଡେ ଉତ୍କଣ୍ଠାର ମାହୋଲ । ଏହି କ୍ରମେ ଆଜି ମଧ୍ୟ ଅଯୋଧ୍ୟାରେ ଚାଲିଛି ହୋମଯଜ୍ଞ । ଆଜି ସରଜୁ ନଦୀ ଜଳରେ ଗର୍ଭଗୃହକୁ ଧୁଆଯାଇ ବାସ୍ତୁ ପୂଜା କରାଯିବ ଏବେ ମଧ୍ୟ ହୋମଯଜ୍ଞ ଏବଂ ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ଅଯୋଧ୍ୟା ନଗରି । ଆସନ୍ତାକାଲି ୧୨୫ କଳସରେ ରାମ ଲାଲାଙ୍କ ପ୍ରତିମୂର୍ତ୍ତିକୁ ସ୍ନାନ କରାଯିବ ।

ସୂଚନାନୁଯାୟୀ ,  ୨୨ ତାରିଖ ଅପରାହ୍ଣ ୧୨ଟା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ସମାରୋହ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏରେ ଶେଷ ହେବା ନେଇ ସୂଚନା ରହିଛି   । ଏହାପୂର୍ବରୁ ରାମଲାଲଙ୍କ ଆଉ ଏକ ଫଟୋ ସାମ୍ନାକୁ ଆସିଥିଲା । ହେଲେ ଏଥିରେ ପୁରା ମୁହଁ ଦେଖିବା ପାଇଁ ମିଳି ନଥିଲା । ଗର୍ଭଗୃହରୁ ୫୧ ଇଂଚର ଶ୍ୟାମଳ ମୂର୍ତ୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଥିଲା । ଦୀର୍ଘ ୪ ଘଣ୍ଟା ପୂଜର୍ଚ୍ଚନା କରିବା ପରେ ବିଗ୍ରହ ମାନଙ୍କୁ ସ୍ଥାପନା କରାଯାଇଛି ।

Related posts

ବିପଦ ସଂଙ୍କେତ ଛୁଇଁଲା ଯମୁନା ଜଳସ୍ତର, ଜନଜୀବନ ଅସ୍ତବ୍ୟସ୍ତ

mahabharatanews

କେରଳରେ ପ୍ରବଳ ବର୍ଷା,୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

mahabharatanews

ଯୁଦ୍ଧରେ ଗଲାଣି ୧୦ ହଜାର ଋଷ ସୈନିକଙ୍କ ଜୀବନ

mahabharatanews