ଓଡିଶା

ବିଜ୍ଞାନ ମହାଵିଦ୍ୟାଳୟରେ ଛାତ୍ରୀ ମାନଙ୍କର ଆତ୍ମ ସୁରକ୍ଷା ତାଲିମ ଶିବିର

ଗଞ୍ଜାମ ଜିଲ୍ଲା, ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାଵିଦ୍ୟାଳୟରେ ଉଚ୍ଚ ଶିକ୍ଷ୍ୟା ବିଭାଗ ଦ୍ଵାରା ଆୟୋଜିତ ଡ଼ିଗ୍ରୀ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କର ଆତ୍ମ ସୁରକ୍ଷା ତାଲିମ ଶିବିର ର ଉଦ୍ୟାପନ ଉତ୍ସବ ଆୟୋଜିତ ହେଇ ଅଛି। ଉକ୍ତ କାର୍ଯ୍ୟକ୍ରମ  ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଡ.  ପ୍ରଦୀପ କୁମାର ନନ୍ଦଙ୍କ ପୌରହିତରେ ଆରମ୍ଭ ହୋଇଥିଲା l ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ  ଶ୍ରୀମତୀ  ସୁଶ୍ରୀ ସାଗରୀକା ଷଡ଼ଙ୍ଗୀ ଯୋଗ ଦେଇଥିଲେ l ମହାବିଦ୍ୟାଳୟ ର IQAC ସଂଯୋଜକ ଡ଼. ପ୍ରଫୁଲ୍ଲ କୁମାର ରଥ, ଆତ୍ମ ସୁରକ୍ଷା ତାଲିମ୍ ର ସଂଯୋଜିକା ଶ୍ରୀମତୀ ସାଇ ଲକ୍ଷ୍ମୀ ଆମ୍ବତି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ  ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପସ୍ଥିରେ ଦ୍ବୀପ ପ୍ରଜ୍ଜ୍ୱଳନ କରି, କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା l

ଏବଂ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ୍ ର ଗୁରୁତ୍ଵ ବିଷୟରେ ଆଲୋଚନା ହୋଇଥିଲା,ଅଧ୍ୟକ୍ଷ ନିଜ ବାର୍ତାଦ୍ଵାରା କାର୍ଯ୍ୟକ୍ରମ ର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରି ଥିଲେ। IQAC ସଂଯୋଜକ ନିଜ ବାର୍ତ୍ତା ମାଧ୍ୟମରେ ଜଣାଇଥିଲେ କିପରି ସ୍ବର୍ଗତ ଖୋଳିକୋଟ ରାଣୀ ସହେବା ଶ୍ରୀମତି ସୁଜ୍ଞାନ କୁମାରୀ ଦେଓ ଙ୍କ ଦ୍ଵାରା ପ୍ରଥମ କରି ଆତ୍ମ ସୁରକ୍ଷା ତାଲିମ୍ ଏହି ମହା ବିଦ୍ୟାଳୟ ରୁ ହି ଆରମ୍ଭ ହୋଇ ଆଜି ସାରା ଓଡ଼ିଶା ରେ କାର୍ଯ୍ୟକାରୀ ହେଇଛି ବୋଲି ଜଣାଇଲେ। ପ୍ରଶିକ୍ଷଣ ପାଇ ଥିବା ଛାତ୍ରୀ ବିଭିନ୍ନ କୌଶଳ ପ୍ରଦର୍ଶନ କରିବା ସଙ୍ଗେ ପ୍ରମାଣ ପତ୍ର ପ୍ରାପ୍ତ କଲେ। ସଂଜୋଜିକା ସାଇ ଲକ୍ଷ୍ମୀ ଆମ୍ବଟି ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତି କରିଥିଲେ।

Related posts

ଆଜିଠୁ ଦୁଇଦିନ ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

mahabharatanews

ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା

mahabharatanews

ଧାନକଟା ମେସିନ ଓଲଟି ୨ ଯୁବକଙ୍କ ମୃତ୍ୟୁ

mahabharatanews