ଓଡିଶା

ଦୈନିକ ସଂକ୍ରମଣର ୪୦ ପ୍ରତିଶତ ଭୁବନେଶ୍ୱରରୁ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ କିନ୍ତୁ ରାଜଧାନୀରେ ସଂକ୍ରମଣ ବୃଦ୍ଧି ପାଉଛି। ରାଜ୍ୟରେ ଚିହ୍ନଟ ଦୈନିକ ସଂକ୍ରମଣର ୪୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଆସୁଛି । । ଏହାକୁ ଦୃଷ୍ଟିରେ ରଖି ପ।।ର୍ବଣ ସମୟରେ ଆମକୁ ସଚେତନ ରହିବାକୁ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଏତେ ସଚେତନତା ସତ୍ତେ୍ୱ ବଜାର ଘାଟରେ ଲେ।।କେ ଭିଡ କରୁଛନ୍ତି । ଆଗକୁ ପୁଣି ପାର୍ବଣ ଋତୁ ଆରମ୍ଭ ହେଉଛି । ତେଣୁ ସଂକ୍ରମଣ ବୃଦ୍ଧିର ସମ୍ଭାବନା ଦେଖାଯାଉଛି । ଗତକାଲି ଭୁବନେଶ୍ୱରରେ ସଂକ୍ରମଣ ଉପର ମୁହାଁ ହୋଇଥିଲା । ମାତ୍ର ତେଣୁ କମିଶନରେଟ ପୋଲିସକୁ କଟକଣା ବଢ଼ାଇବା ପାଇଁ କୁହାଯାଇଛି । କିପରି ଲୋକମାନେ ବାହାରେ ଗହଳି ନକରିବେ, ଭିଡ଼କୁ ରୋକି ହେବ ସେ ନେଇ ପ୍ଲାନ କରିବାକୁ ଆମେ ନିର୍ଦେଶ ଦେଇଛୁ । ଏହା ବାଦ ଆମେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରୁଛୁ ସମସ୍ତେ ସଚେତନ ହୁଅନ୍ତୁ । ବାହାରେ ଅଯଥା ଗହଳି କରନ୍ତୁ ନାହିଁ ବୋଲି ଅପିଲ କରିଛନ୍ତି ମହାପାତ୍ର ।

 

Related posts

ପୁରୀ-ସୁରତ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଦନ୍ତାର ମୃତ୍ୟୁ

mahabharatanews

କୋଟିପତି ବାବୁଙ୍କ ଗୋଦାମରେ ଚଢାଉ

mahabharatanews

ବର୍ଷାରେ ଭିଜୁଛି ରାଜ୍ୟ, ୪ ଦିନ ବର୍ଷାରୁ ନାହିଁ ନିସ୍ତାର

mahabharatanews