ଓଡିଶା

୨୦୨୪ ନିର୍ବାଚନରେ ଲଢିବେନି ନରସିଂହ

(ଭୁବନେଶ୍ୱର) : ନିର୍ବାଚନ ଲଢିବେନି ନରସିଂହ । ଏ ନେଇ ନରସିଂହ ନିଜେ ଘୋଷଣା କରିବା ସହିତ ଆସନ୍ତା ନିର୍ବାଚନରେ ତାଙ୍କ ସାନ ପୁଅ ନିର୍ବାଚନ ଲଢିବେ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ୨୦୨୪ ନିର୍ବାଚନରେ ସାନ ପୁଅ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢିବ । ଏ ନେଇ ଆମେ ୫ଟି ଗୁରୁତ୍ବପୂର୍ଣ୍ଣ କର୍ମୀ ସମ୍ମିଳନୀ କରିଥିଲୁ । ସମସ୍ତଙ୍କ ମତ ସାନ ପୁଅ ସମରେନ୍ଦ୍ର ବିଧାନସଭା ନିର୍ବାଚନ ଲଢୁ଼ ।
ସୂଚନାନୁଯାୟୀ , ଏଆଇସିସିକୁ ଏନେଇ ନିଷ୍ପତ୍ତି ଜଣାଇବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ସେହିପରି ଘଷିପୁରା ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି । ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି ମଧ୍ଯ ରେସରେ ଅଛନ୍ତି । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସ୍ଥାନରେ ତାଙ୍କ ପୁଅ ପ୍ରୟାସକାନ୍ତ ସାମଲ ମଇଦାନକୁ ଓହ୍ଲାଇପାରନ୍ତି ବୋଲି କୁହାଯାଉଛି।

Related posts

ଢେଙ୍କାନାଳରୁ ୭ କରୋନା ପଜିଟିଭ ଚିହ୍ନଟ

mahabharatanews

ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ନେତାଜୀ ଟର୍ମିନାଲ ନିର୍ମାଣକୁ ହାଇକୋର୍ଟଙ୍କ ଝଟକା

mahabharatanews