ଓଡିଶା

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

କଟକ: ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । କଟକ ଜିଲ୍ଲା ତମପଡ଼ା ତହସିଲର ବରିଷ୍ଠ କିରାଣୀ ପ୍ରଶାନ୍ତ କୁମାର ରାଉତଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି । ସମସ୍ତ ଲାଞ୍ଚ ଟଙ୍କା ଜବତ ସହ ପ୍ରଶାନ୍ତଙ୍କ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।
ଜମି ପଟ୍ଟାର ଅବିକଳ ନକଲ କରିଦବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୨ ହଜାର ୫ଶହ ଟଙ୍କା ଲାଞ୍ଚ ମାଗିଥିଲେ ପ୍ରଶାନ୍ତ । ଏନେଇ ଭିଜିଲାନ୍ସ ଆଗରେ ଅଭିଯୋଗ କରିଥିଲେ ସେହି ବ୍ୟକ୍ତି । ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଆଜି ଲାଞ୍ଚ ବାବଦକୁ ୩ହଜାର ଟଙ୍କା ଦେଉଥିବା ଧରିଥିଲା ଭିଜିଲାନ୍ସ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୨ଟି ସ୍ଥାନରେ ଭିଜିଲାନ୍ସ ଟିମର ଏକକାଳୀନ ଚଢ଼ାଉ ଜାରି ରହିଛି ।

Related posts

ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ନିଲମ୍ଵନ

mahabharatanews

ଅଗ୍ନିକାଣ୍ଡରେ ୩ ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

mahabharatanews

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଦଶମ ଶ୍ରେଣୀ ଝିଅର ମୃତଦେହ, ପୋଲିସର ତଦନ୍ତ ଜାରି

mahabharatanews