ଓଡିଶା

ଏୟାର ପୋର୍ଟରେ ନାଗସାପ

ଭୁବନେଶ୍ୱର: ଭୁବନେଶ୍ୱର ଏୟାରପୋର୍ଟ କର୍ତ୍ତୃପକ୍ଷ ନାକେଦମ । ଏୟାରପୋର୍ଟର ବେସିନ ପାଇପ ଭିତରେ ପଶିଥିଲା ନାଗସାପ । ସାପକୁ ବାହାର କରିବାକୁ ଏୟାରପୋର୍ଟ କର୍ତ୍ତୃପକ୍ଷ ଓ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କ ଦୀର୍ଘ ପରିଶ୍ରମ ପରେ ମିଳିଲାନି ସଫଳତା । ପରେ ଦମକଳ ବାହିନୀ ଆସି ସାପୁ ବେସିନ ପାଇପରୁ ବାହାର କଲା ।
ଗୁରୁବାର ଏକ ନାଗ ସାପ ଏୟାରପୋର୍ଟର ଏମଟି ପୁଲର ବାଥରୁମ ବେସନ ପାଇପରେ ପଶି ମୁଣ୍ଡ କାଢିଥିବା ଜଣେ ଦେଖିଲେ । କର୍ତ୍ତୃପକ୍ଷ ଖବର ପାଇ ସଙ୍ଗେ ସଙ୍ଗେ ସ୍ନେକ ହେଲପ ଲାଇନକୁ ଫୋନ କଲେ । ସ୍ନେକ ହେଲ୍ପ ଲାଇନର ଶୁଭେନ୍ଦୁ ମଲ୍ଲିକ ପହଞ୍ଚି ଯେତେ ଚେଷ୍ଟା କଲେ ମଧ୍ୟ ସାପକୁ ପାଇପରୁ ବାହାରକୁ ବାହାର କରି ପାରି ନ ଥିଲେ । ପରେ ଦମକଳ ବାହିନୀକୁ ସୂଚିତ କରାଗଲା । ଦମକଳ ବାହିନୀ ପାଇପର ଗୋଟିଏ ପଟେ ଗରମ ପାଣି ମାଡ କରିବାରୁ ସାପ ବାହାରିଥିଲା । ଶୁଭେନ୍ଦୁ ସାପକୁ ଧରି ଜଙ୍ଗଲରେ ଛାଡି ଦେଇଥିଲେ ।

Related posts

ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ ହେଲେ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ

mahabharatanews

ଢେଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ଜୋନ କାଟାଗୋରୀ ଘୋଷଣା

mahabharatanews

ଏକ ଲକ୍ଷ ୮୫ ହଜାର ୩୫୩ ଜଣ ହିତାଧିକାରୀଙ୍କୁ ୩୮ କୋଟି ୧୧ ଲକ୍ଷ ୧୬ ହଜାର ଟଙ୍କା ପ୍ରଦାନ

mahabharatanews