ଓଡିଶା

ରାଉରକେଲାରେ ସେରୋ ସର୍ଭେ

ରାଉରକେଲା: କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଓ ଏଥିରେ ଅଧିକ ସଂଖ୍ୟକ ଶିଶୁ ଆକ୍ରାନ୍ତ ହେଉଥିବାରୁ ଆମ ରାଜ୍ୟ ସରକାର ସେରୋସର୍ଭେ ଆରମ୍ଭ କରି ଦେଇଛନ୍ତି । ସୋମବାର ରାଉରକେଲାରେ ସେରୋ ସର୍ଭେ ହୋଇଛି। ଭୁବନେଶ୍ୱର ଆର୍ଏମ୍ଆର୍ସି ସଦସ୍ୟ ମାତୃଜ୍ୟୋତି ପଟ୍ଟନାୟକଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ରାଉରକେଲା ଯାଇଥିଲା । ରାଉରକେଲାର ତିନିଟି ସ୍ଥାନରେ ଏହି ସର୍ଭେ କରାଯାଇଛି। ଏହି ସର୍ଭେରେ ମୁଖ୍ୟତଃ ୬ ବର୍ଷରୁ ୧୭ ବର୍ଷର ପିଲାଙ୍କୁ ଫୋକସ୍ କରାଯାଇଛି।
ରିଜର୍ଭ ପୁଲିସ ହସ୍ପିଟାଲ୍, ବାସନ୍ତି କଲୋନୀ, ସହରାଞ୍ଚଳ ହସ୍ପିଟାଲ୍ ଓ ଉଦିତ ନଗର ସ୍ଥିତ ସହରାଞ୍ଚଳ ହସ୍ପିଟାଲ୍ରେ ନମୂନା ସଂଗ୍ରହ କରାଯାଇଥିଲା । ପ୍ରତି କେନ୍ଦ୍ରରୁ ୪୦ ଜଣଙ୍କଠାରୁ ନମୂନା ସଂଗ୍ରହ ହୋଇଥିବା ବେଳେ ୬ରୁ ୧୭ ବର୍ଷର ବର୍ଗର ୧୨ ଜଣ ପିଲା ରହିଛନ୍ତି। ଲୋକମାନେ ଶୃଙ୍ଖଳିତ ଭାବେ କୋଭିଡ୍ ଗାଇଡ୍ଲାଇନ୍ ମାନି କେନ୍ଦ୍ରକୁ ଆସିଥିଲେ।

Related posts

ସଫଳ ହେଲା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥିବୀ-୨ର ପରୀକ୍ଷଣ

mahabharatanews

ଆସନ୍ତା ଶନିବାର ସନ୍ଧ୍ୟାରେ ୪ ଜିଲ୍ଲାରେ ବନ୍ୟା ଆଶଙ୍କା

mahabharatanews

ଦୁଇ ଦଶନ୍ଧିର ଶାସନ ପରେ ମୂଳ ପ୍ରସଙ୍ଗର ପୁନରାବୃତ୍ତି

mahabharatanews