ଖେଳ

ଏବେ ଓଡିଶା ପାଇଁ ଖେଳିବେ ଏହି ମହାନ କ୍ରିକେଟର

ନୁଆଦିଲ୍ଲୀ: ଏସିଆ କପ ୨୦୧୮ରେ ଭାରତକୁ ପରାଜୟର ଦ୍ୱାରଦେଶରେ ପହଞ୍ଚାଇଥିବା ଖେଳାଳୀ । ଗୃପ ମ୍ୟାଚରେ ହଂକଂ ପରି ଦଳ ଭାରତକୁ ଏହି ମ୍ୟାଚରେ ନିରୁପାୟ କରିଦେଇଥିଲା । କିନ୍ତୁ ଟିମ ଇଣ୍ଡିଆ ଭାଗ୍ୟ ସାଥ ଦେଇଥିଲା । ତେଣୁ ମାତ୍ର ୨୬ ରନରେ ବିଜୟ ହାସଲ କରିବାରେ ସକ୍ଷମ ହୋଇଥିଲା ଭାରତ । ୨୫୯ ରନର ଲକ୍ଷ୍ୟକୁ ଅତି ସହଜରେ ପିଛା କରୁଥିଲା ହଂକଂ ଦଳ । ତେବେ ନିମ୍ନ କ୍ରମର ବ୍ୟାଟ୍ସମ୍ୟାନ ମାନେ ଭାରତର କୁଲଚା ଯୋଡିଙ୍କୁ ସାମ୍ନା କରିବାରେ ସକ୍ଷମ ହୋଇ ପାରି ନଥିଲେ । ତେଣୁ ଭାରତ ଏହି ମ୍ୟାଚରେ ବିଜୟ ହାସଲ କରିପାରିଥିଲା । କିନ୍ତୁ ଏହି ମ୍ୟାଚ ସବୁଠୁ ବଡ ଷ୍ଟାର ଥିଲେ ହଂକଂ ଦଳର ଅଧିନାୟକ ଅଂଶୁମାନ ରଥ । ଭାରତ ବିପକ୍ଷରେ ୭୩ ରନର ଏକ ମ୍ୟାଚ ୱିନିଙ୍ଗ ପାଳି ଖେଳିଥିଲେ ଅଂଶୁମାନ । ତାଙ୍କର ଏହି ପାଳି ଭାରତକୁ ଚିନ୍ତାରେ ପକାଇଥିଲା ।
ଏହି ଧମାକାଦାର ଖେଳାଳୀଙ୍କର ପ୍ରକୃତ ଜନ୍ମସ୍ଥାନ ହଂକଂ ହୋଇଥିଲେ ମଧ୍ୟ ସେ ହେଉଛନ୍ତି ଜଣେ ଓଡିଆ । ଓଡିଶାର ପୁଅ ଅଂଶୁମାନ । ଏବେ ସେ ହଂକଂ ଛାଡି ଓଡିଶା ତରଫରୁ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କ୍ରିକବଜ ସହ ଏକ ଆଲୋଚନାରେ ସେ ଏହାର କୁଲାସା କରିଛନ୍ତି । ସେ କହିଛନ୍ତି ଯେ, “ମୁଁ ନିଜର କମ୍ଫର୍ଟ ଜୋନରୁ ବାହାରିବାକୁ ଚାହୁଁଥିଲି। ମୋତେ ଲାଗେ ଯେ, ମୁଁ ହଂକଂରେ ବହୁତ କମ୍ଫର୍ଟ ଜୋନରେ ଥିଲି। ମୁଁ ବାସ୍ତବରେ ଏକ ଚ୍ୟାଲେଞ୍ଜିଂ ମାହୋଲରେ ଖେଳିବାକୁ ଚାହୁଁଥିଲି। ଆଉ ଏଥିପାଇଁ ସବୁଠୁ ସର୍ବୋତ୍କଷ୍ଠ ଜାଗା ହେଉଛି ଭାରତ” । ଅଂଶୁମାନ ହଂକଂ ତରଫରୁ ୧୮ଟି ଦିନିକିଆ ଏବଂ ୨୦ଟି ଟ-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି ।

Related posts

ତୁଳସୀ ସଂସ୍କୃତ ମହାବିଦ୍ୟାଳୟରେ ବିଶ୍ବକପ୍ ହକି ନିମନ୍ତେ ସଚେତନତା ରାଲି

mahabharatanews

ଓଡ଼ିଶା-ନାଗାଲାଣ୍ଡ ରଣଜୀ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶାର ବିଶାଳ ସ୍କୋର

mahabharatanews

ଭାରତ ପାଇଁ ପୁଣି ଥରେ ଗର୍ବ ଓ ଗୌରବ ଆଣିଲେ ନିରଜ ଚୋପ୍ରା

mahabharatanews