ମନୋରଞ୍ଜନ

ଆସୁଛି ଶାହାରୁଖଙ୍କ ଚଳିତ ବର୍ଷର ତୃତୀୟ ଚଳଚ୍ଚିତ୍ର ‘ଡଙ୍କି’ 

(ମୁମ୍ବାଇ)  : ଚଳିତ ବର୍ଷ  ଶାହରୁଖ ଖାନଙ୍କ ଦୁଇ ଦୁଇଟି ଫିଲ୍ମ ‘ପଠାନ’ଓ  ଯବାନ ମୁକ୍ତିଲାଭ କରିଥିଲା ।  ଯାହା ବକ୍ସ ଅଫିସରେ ବହୁତ ଭଲ ଆୟ କରିଥିଲା। ଆଗକୁ ଶାହାରୁଖଙ୍କ ଚଳିତ ବର୍ଷର ତୃତୀୟ ଚଳଚ୍ଚିତ୍ର ‘ଡଙ୍କି’ ରିଲିଜ୍ ହେବ। ଖ୍ରୀଷ୍ଟମାସ ଅବସରରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ରଟି ଏପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ରିଲିଜ୍ ହୋଇନଥିଲେ ବି ୧୫୫କୋଟି ଟଙ୍କା ଆୟ କରିଛି। ଫିଲ୍ମର ଓଟିଟି ରାଇଟ୍ସ ବିକ୍ରି ହେବା ପରେ ନିର୍ମାତା ୧୫୫କୋଟି ଟଙ୍କା ଆୟ କରିଥିବା କୁହାଯାଉଛି।

ସୂଚନାନୁଯାୟୀ , ଏହି ଫିଲ୍ମରେ ପ୍ରଥମ କରି ଶାହରୁଖ, ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସହ ସ୍କ୍ରିନ ସେୟାର କରିବେ। ତେବେ ଶାହାରୁଖ ଖାନଙ୍କ ‘ଡଙ୍କି’ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ବୋଲି କୁହାଯାଉଥିବା ବେଳେ ଏବେ ଜିଓ ସିନେମା ଏହାର ରାଇଟ୍ସ କିଣିଥିବା କୁହାଯାଉଛି।

Related posts

ବିଜେପିରେ ଯୋଗ ଦେଲେ ଶେଖର ସୁମନ

mahabharatanews

ଜାକଲିନଙ୍କ ମିଛକୁ ଧାରା ପକାଇଲା ଇଡି

mahabharatanews

ଆଜି ପରଦାକୁ ଆସିବ ‘ଲଭ ଇନ୍ ଲଣ୍ଡନ୍‌’

mahabharatanews