ବିଶ୍ୱ

ସିଗାରେଟ୍ ନିଷେଧ ପାଇଁ ଏପରି ନିୟମ ଆଣିବେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ

(ଲଣ୍ଡନ) : ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଏମିତି କିଛି କଟକଣା ଜାରି କରିବାକୁ ଯାଉଛନ୍ତି ଯାହା ଦ୍ୱାରା ଇଂଲଣ୍ଡ୍‌ର ଆଗାମୀ ପିଢ଼ି ଆଉ ସିଗାରେଟ୍‌ କିଣିବା ପାଇଁ ସମର୍ଥ ହେବେନାହିଁ ।  ଗତବର୍ଷ ନିଉଜିଲାଣ୍ଡ୍‌ ଘୋଷଣା କରିଥିବା ଆଇନ ପରି ଧୂମପାନ-ନିରୋଧୀ କଟକଣା କଥା ସୁନକ ଚିନ୍ତା କରୁଛନ୍ତି।

ସୂଚନାନୁଯାୟୀ , ଅନ୍ୟାନ୍ୟ କଟକଣା ସହିତ ୨୦୦୯ ଜାନୁଆରି ୧ ତାରିଖରେ କିଂବା ତା’ପରେ ଜନ୍ମିତ କୌଣସି ବ୍ୟକ୍ତି ତମାଖୁ କିଣାବିକା କରି ପାରିବେ ନାହିଁ ବୋଲି ନିଉଜିଲାଣ୍ଡ୍‌ ଆଇନରେ ଘୋଷଣା କରାଯାଇଛି। ଇ-ମେଲ୍‌ ଜରିଆରେ ଦେଇଥିବା ଉତ୍ତରରେ ବ୍ରିଟିସ୍‌ ସରକାରଙ୍କର ଜଣେ ମୁଖପାତ୍ର କହିଛନ୍ତି, ଅଧିକ ଲୋକଙ୍କୁ ଧୂମପାନ ପରିତ୍ୟାଗ କରିବାକୁ ଉତ୍ସାହିତ କରି ୨୦୩୦ ସୁଦ୍ଧା ଧୂମପାନ ନିଷେଧ ପାଇଁ ରଖାଯାଇଥିବା ଲକ୍ଷ୍ୟ ହାସଲ କରିବା ହେଉଛି ଆମର ଉଦ୍ଦେଶ୍ୟ। ଧୂମପାନ ହାର ହ୍ରାସ କରିବା ଲାଗି ଆମେ କେତେକ ପଦକ୍ଷେପ ଗ୍ରହଣ କରିସାରିଲୁଣି।

 

 

Related posts

ଗାଜା ଷ୍ଟ୍ରିପରେ ଯୁଦ୍ଧ ବନ୍ଦ କରିବ ନାହିଁ ଇସ୍ରାଇଲ

mahabharatanews

ଜାପାନ ପ୍ରଧାନମନ୍ତ୍ରୀଙ୍କ ସଭାରେ ଫୁଟିଲା ବୋମା

mahabharatanews

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍ ।

mahabharatanews