(ମୁମ୍ବାଇ) : ୨୦୨୩ ଅର୍ଥାତ୍ ଚଳିତ ବର୍ଷ ବଲିଉଡରେ ଚାଲିଛି କିଙ୍ଗ୍ ଖାନଙ୍କ ରାଜ୍ । ଚଳିତ ବର୍ଷର ଶାହାରୁଖ ଖାନଙ୍କର ତୃତୀୟ ସିନେମାକୁ ନେଇ ଘୋଷଣା ହେବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳୁଛି । ଖ୍ରୀଷ୍ଟମାସ ଅବସରରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ବର୍ତ୍ତମାନଠାରୁ ପ୍ରଶଂସକମାନେ ‘ଡଙ୍କି’କୁ ନେଇ ବେଶ୍ ଖୁସ ଅଛନ୍ତି । ଚଳଚ୍ଚିତ୍ରଟି ଏପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ରିଲିଜ୍ ହୋଇନାହିଁ ହେଲେ ଏହାର OTT ରିଲିଜ୍ ବିଷୟରେ ଚର୍ଚ୍ଚା ହେବା ଆରମ୍ଭ ହୋଇଯାଇଛି ।
ସୂଚନାନୁଯାୟୀ , ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ନାହିଁ। ଜିଓ ସିନେମା ଦ୍ୱାରା ‘ଡଙ୍କି’ର OTT ଅଧିକାର କ୍ରୟ କରାଯାଇଛି। ଏହି ଚୁକ୍ତି ୧୫୫କୋଟି ଟଙ୍କା ପାଇଁ କରାଯାଇଛି।