ଭାରତ

ବାରାଣସୀ ଷ୍ଟାଡିୟମରେ ଭଗବାନ ଶିବଙ୍କ ଥିମ୍ 

(ବାରାଣସୀ) : ବାରାଣସୀ ଗଞ୍ଜାରୀରେ ୪୫୧ କୋଟି ଟଙ୍କା ବିନିମୟରେ ତିଆରି ହେବ ଆନ୍ତରାଷ୍ଟ୍ରୀୟ କ୍ରିକେଟ୍ ଷ୍ଟାଡିୟମ ।  ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଆମେ କହିରଖୁଛୁ ଗଞ୍ଜାରୀରେ ନିର୍ମାଣ ହେବା ପାଇଁ ଥିବା ଏହି ଷ୍ଟାଡିୟମ ଖୁବ ନିଆରା । କାରଣ ଏଥିରେ ଭଗବାନ ଶିବଙ୍କ ସହ ଜଡିତ ସାମଗ୍ରୀକୁ ନେଇ ଏହି ଷ୍ଟାଡିୟମର ଥିମ୍ ପ୍ରସ୍ତୁତ କରାଯାଇଛି  ।  ସେପ୍ଟେମ୍ବର 23 ଏବଂ 24 ରେ ‘ଜଷ୍ଟିସ୍ ବିତରଣ ବ୍ୟବସ୍ଥାରେ ଉଦୀୟମାନ ଚ୍ୟାଲେଞ୍ଜ’ ଉପରେ ଏକ ଆନ୍ତର୍ଜାତୀୟ ଆଇନଜୀବୀ ସମ୍ମିଳନୀ ଆୟୋଜନ କରାଯାଇଥିଲା, ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଉଦଘାଟନ କରାଯାଇଛି ।

ସୂଚନାନୁଯାୟୀ ,  ଷ୍ଟାଡିୟମର ଥିମ୍ ଭଗବାନ ଶିବଙ୍କ ଦ୍ୱାରା ଅନୁପ୍ରାଣିତ । ଏହି ଷ୍ଟାଡିୟମକୁ ଏକ ଅର୍ଧଚନ୍ଦ୍ର ଆକୃତିର ଛାତ କଭର କରିବ । ଏଥିରେ ଫ୍ଲଡ୍ ଲାଇଟ୍ ଲଗାଯିବ । ଷ୍ଟାଡିୟମର ମୁଖ୍ୟ ବିଲ୍ଡିଙ୍ଗକୁ ଶିବଙ୍କ ଡମ୍ବରୁ ଆକାରରେ ନିର୍ମାଣ କରାଯିବ । ସେହିପରି ଷ୍ଟାଡିୟମର ପ୍ରବେଶ ଦ୍ୱାରକୁ ବେଲପତ୍ର ଆକାରରେ ତିଆରି କରାଯିବ । ଏହି ଷ୍ଟାଡିୟମରେ ଏକ ସମୟରେ 30,୦୦୦  ଦର୍ଶକଙ୍କ ବସିପାରିବେ ।

Related posts

ପୋଲ ଉପରୁ ଖସିଲା ଯାତ୍ରୀବାହୀ ବସ୍ ,୨୨ ମୃତ୍

mahabharatanews

ଅଚାନକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ପୋରଣ ,୯ ମୃତ 

mahabharatanews

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୨୦ ହଜାର ଉପରେ; ହ୍ରାସ ପାଉଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews