ମନୋରଞ୍ଜନ

ଧମାଲ କରୁଛି ଫିଲ୍ମ ‘ଶୈତାନ’

(ମୁମ୍ବାଇ)  : ଅଜୟ ଦେବଗନ୍ ଏବଂ ଆର ମାଧବନଙ୍କ ଫିଲ୍ମ ‘ଶୈତାନ’ କ୍ରେଜ୍ । ଲୋକେ ଏହି ଫିଲ୍ମ ଦେଖିବା ପାଇଁ ପସନ୍ଦ କରୁଛନ୍ତି । ଏହି ଚଳଚ୍ଚିତ୍ର ପ୍ରତିଦିନ ପ୍ରେକ୍ଷାଳୟରେ ଜବରଦସ୍ତ ବ୍ୟବସାୟ କରୁଛି । ୮ ମାର୍ଚ୍ଚରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା ଏବଂ ପ୍ରଥମ ଦିନରୁ ହିଁ ଏହି ସିନେମା ଭଲ ଆୟ କରିଆସୁଛି । ପାଞ୍ଚ ଦିନରେ ‘ ‘ଶୈତାନ’ର ଆୟ ବଢିବା ସହ ଆର ମାଧବନ୍ ଏକ ରେକର୍ଡ ସୃଷ୍ଟି କରିଛନ୍ତି ।

ସୂଚନାନୁଯାୟୀ ,’ଶୈତାନ’ର ପ୍ରଥମ ଦିନରେ ୧୪.୭୫କୋଟି ଟଙ୍କା ରେକର୍ଡ କରାଯାଇଥିଲା । ଦ୍ୱିତୀୟ ଦିନରେ ୧୮.୭୫କୋଟି ଏବଂ ତୃତୀୟ ଦିନରେ ୨୦.୫କୋଟି ଟଙ୍କା ଆୟ କରିଥିବା ବେଳେ ଚତୁର୍ଥ ଦିନରେ ସିନେମାଟି ମାତ୍ର ୭କୋଟି ଟଙ୍କାର ରୋଜଗାର କରିଥିଲା ​​। ବର୍ତ୍ତମାନ ପଞ୍ଚମ ଦିନର ପ୍ରାଥମିକ ଆକଳନ ମଧ୍ୟ ପ୍ରକାଶ ପାଇଛି, ଯାହା ଅନୁସାରେ ଫିଲ୍ମ ଏପର୍ଯ୍ୟନ୍ତ ୨.୪କୋଟି ଟଙ୍କାର ବ୍ୟବସାୟର କରିସାରିଲାଣି । ଏହା ସହ ଏହି ଫିଲ୍ମ ‘ଶୈତାନ’ ଆର ମାଧବନଙ୍କ କ୍ୟାରିୟରର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟ ହୋଇପାରିଛି । ଏହା ଏକ ଆକ୍ସନ୍-ଥ୍ରୀଲର୍ ଚଳଚ୍ଚିତ୍ର ଯେଉଁଥିରେ ଆର ମାଧବନ୍ ‘ଶୈତାନ’ ଭୂମିକାରେ ଅଭିନୟ କରୁଛନ୍ତି । ଅଜୟ ଦେବଗନ ଏବଂ ଆର ମାଧବନଙ୍କ ବ୍ୟତୀତ ଜ୍ୟୋତିକା ଏବଂ ଜାନକୀ ବୋଡିୱାଲା ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।

Related posts

 ଅଭିନେତ୍ରୀ ଡଲିଙ୍କୁ କର୍କଟ

mahabharatanews

ପୂର୍ବତନ ପତ୍ନୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ କଲେ କୁମାର ସାନୁ…

mahabharatanews

ଦିଦିଙ୍କୁ ଭେଟିଲେ ଭାଇଜାନ

mahabharatanews