ଓଡିଶା

ଶେରଗଡ ପୋଲିସର ପାଟ୍ରୋଲିଂ କଡାକଡି

(ହିଞ୍ଜିଳିକାଟୁ, ରଜନିକାନ୍ତ ପାତ୍ର): ଶେରଗଡ଼ ପୋଲିସ ଲକ୍‌ଡାଉନ ସମୟରେ ପାଟ୍ରୋଲିଂ କଡାକଡି କରିଛି। ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଶେରଗଡ଼ ବଜାର ଛକ ଓ ଚାରି ଛକରେ ପାଟ୍ରୋଲିଂ ଜାରି ରଖିଛନ୍ତି। ରବି ଓ ସୋମବାର ପାଟ୍ରୋଲିଂ ଟିମ୍‌ କାମ ନ ଥାଇ ବାହାରେ ବୁଲୁଥିବା ୧୨ ବାଇକ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ୨ ହଜାର ଟଙ୍କା ଜରିମାନା ଆଦାୟ କରିଛି। ସେହିପରି ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ଶେରଗଡ଼ କାଳିଆ ହୋ ଟେଲ ଛକରେ ଚଢ଼ାଉ କରି କିଛି ବାଇକ ଚାଳକଙ୍କୁ ତାଗିଦ କରି ଫେରାଇ ଦେଇଥିଲେ।

Related posts

କୋଭିଡ-୧୯ ନିୟମରେ ଜିଲ୍ଲାରେ ମ୍ୟାଟ୍ରିକ ମୂଲ୍ୟାୟନ ଆରମ୍ଭ

mahabharatanews

ରଥକୁ ନେଇ ମେ ୩ ପରେ ନିଷ୍ପତ୍ତି: ଗଜପତି ମହାରାଜା

mahabharatanews

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

mahabharatanews