bharat

Cancer Treatment: ରୋଗୀଙ୍କୁ ମାଗଣା ଟିକା ସହ ଚିକିତ୍ସା ସୁବିଧା

ହିମାଚଳ ପ୍ରଦେଶରେ କର୍କଟ ରୋଗରେ ପୀଡିତ ରୋଗୀଙ୍କ ପାଇଁ ଖୁସି ଖବର । ସମସ୍ତ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ଘୋଷଣା କରିଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏହି ଘୋଷଣା କରିଛନ୍ତି। ରାଜ୍ୟରେ କର୍କଟ ରୋଗରେ ପୀଡିତ ରୋଗୀଙ୍କୁ ମାଗଣା ଔଷଧ ଯୋଗାଇ ଦିଆଯିବ ଏବଂ ସେମାନଙ୍କର ଚିକିତ୍ସା ମଧ୍ୟ ବିନା ମୂଲ୍ୟରେ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତକାଲି ସେ State Advisory Board on Cancer and Palliative Care Programme ର ପ୍ରଥମ ବୈଠକର ଅଧ୍ୟକ୍ଷତା କରିଥିବା ବେଳେ ଏହି ସୂଚନା ଦେଇଛନ୍ତି ।

ଦେଶର ଉତ୍ତର-ପୂର୍ବ ରାଜ୍ୟରେ ସର୍ବାଧିକ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । କର୍କଟ ରୋଗୀଙ୍କ ସଂଖ୍ୟାରେ ହିମାଚଳ ପ୍ରଦେଶ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଏହା ଏକ ଚିନ୍ତାର ବିଷୟ ଏବଂ ଏହାକୁ ଦୃଷ୍ଟିରେ ରଖି କର୍କଟ ରୋଗୀଙ୍କୁ ଆରାମ ପ୍ରଦାନ ପାଇଁ ଏହି ବୈପ୍ଳବିକ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ସରକାରୀ ଡାକ୍ତରଖାନାରେ ଏହି ସୁବିଧା ଯୋଗାଇ ଦିଆଯିବ ।
କର୍କଟ ରୋଗୀଙ୍କ ପାଇଁ ଆବଶ୍ୟକ ଔଷଧଗୁଡିକ ରାଜ୍ୟର ଅତ୍ୟାବଶ୍ୟକ ଔଷଧ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଏଥିରେ କର୍କଟ ଚିକିତ୍ସା ପାଇଁ ବ୍ୟବହୃତ ଟିକା ମଧ୍ୟ ରହିଛି, ଯାହାର ମୂଲ୍ୟ ପ୍ରାୟ ୪୦ ହଜାର ଟଙ୍କା। ସ୍ତନ କର୍କଟ ରୋଗୀ ଚିକିତ୍ସା ପାଇଁ ଗୋଟିଏ ବର୍ଷରେ ୧୮ ଟି ଟିକା ଆବଶ୍ୟକ କରନ୍ତି ଜ୍ଝ ଏହି ଟିକା ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ରୋଗୀଙ୍କ ପାଇଁ ପ୍ରାୟ ସାତ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ଏହି ଔଷଧ ଗୁଡିକ ନିକଟରେ ଥିବା ସରକାରୀ ଡାକ୍ତରଖାନାଗୁଡ଼ିକରେ ଉପଲବ୍ଧ ହେବ ।

Related posts

ରିଲ୍ସ ପାଇଁ ଜୀବନ ସହ ବାଜି, ଜଳର ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ଯୁବକ . . .

mahabharatanews

ଡିଜେ ଗାଡ଼ି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୮ କାଉଡିଆଙ୍କ ମୃତ୍ୟୁ

mahabharatanews

ଶାଢ଼ି କିଲର ଆତଙ୍କ, ଗୋଟିଏ ଢଙ୍ଗରେ ୯ ମର୍ଡର

mahabharatanews