ଓଡିଶା

ସାପ କାମୁଡ଼ା ରୋଗୀକୁ ଝଡ଼ାଫୁଙ୍କା କଲେ, ଚାଲିଗଲା ଜୀବନ

ବୌଦ୍ଧ : ଅନ୍ଧବିଶ୍ୱାସ ପାଇଁ ଚାଲିଲା ଜୀବନ । ସାପ କାମୁଡ଼ା ରୋଗୀକୁ ଡାକ୍ତର ପାଖକୁ ନେଇ ଗୁଣିଆ ଠାରେ ଝଡ଼ାଫୁଙ୍କା କରାଇବା ହେଲା କାଳ । ହେଲେ ଗୁଣିଆର ମନ୍ତ୍ର ଜୀବନ ବଞ୍ଚାଇ ପାରିଲାନି । ଅକାଳରେ ଚାଲିଗଲା ଜଣେ ବ୍ୟକ୍ତି ଜୀବନ। ଏପରି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ପାଟଦୋହଲି ଗାଁରେ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ପୁରୁଣାକଟକ ଥାନା ପାଟଦୋହଲି ଗାଁର ହେମାନନ୍ଦ ପ୍ରଧାନ। ଗତକାଲି ରାତିରେ ହେମାନନ୍ଦ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରେ ସାପଟିକୁ ଗ୍ରାମବାସୀ ଧରି ଏକ ହାଣ୍ଡିରେ ପୂରାଇ ରଖିଥିଲେ। ହେମାନନ୍ଦଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ଅବସ୍ଥା ଗୁରୁତର ହେବାରୁ ହେମାନନ୍ଦଙ୍କଙ୍କୁ ଡାକ୍ତର ବୁର୍ଲା ରେଫର୍ କରିଥିଲେ।

ହେଲେ ପରିବାର ଲୋକ ହେମାନନ୍ଦଙ୍କୁ ବୁର୍ଲା ନେବା ବଦଳରେ ଘରକୁ ଫେରାଇ ଆଣିଥିଲେ। ଘରେ ଗୁଣିଆ ଡାକି ଝଡ଼ାଫୁଙ୍କା କରିଥିଲେ। ହେଲେ ଗୁଣିଆର ଝଡ଼ାଫୁଙ୍କା ସାଙ୍ଗକୁ ମନ୍ତୁରା ପାଣି କାମ ଦେଇ ନଥିଲା। ଶେଷରେ ହେମାନନ୍ଦଙ୍କ ମୃତ୍ୟୁ ଘଟିଥିଲା।

Related posts

ମାଓବାଦୀ ସେଣ୍ଟ୍ରାଲ କ୍ୟାଡ଼ର ବିଜୟ ଏବଂ ମାଓବାଦୀ DVCM କ୍ୟାଡ଼ର ଲୋକେଶ ସଲାମେ ନିହତ

mahabharatanews

ଟୁକୁଣା ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା

mahabharatanews

ଓଡିଶା ରାଜନୀତିର ଉଜ୍ଜଳ ତାରକା

mahabharatanews