ଖେଳ

ଭାରତକୁ ଝଟକା

(ଟୋକିଓ): ଚଳିତ ଟୋକିଓ ପାରାଅଲମ୍ପିକ୍ସରେ ଭାରତକୁ ବଡ଼ ଝଟକା । ଡିସକସନ୍ ଥ୍ରୋରେ ବିନୋଦ କୁମାର ଯେଉଁ ବ୍ରୋଞ୍ଜ ପଦକ ଜିତିଥିଲେ, ତାହା ତାଙ୍କୁ ଆଉ ମିଳିପାରିବ ନାହିଁ । ବିରୋଧ ପରେ ତାଙ୍କ ମେଡାଲକୁ ହୋଲ୍ଡରେ ରଖାଯାଇଥିଲା । ମାତ୍ର ଏବେ ତାଙ୍କୁ ଆଉ ସେହି ମେଡାଲଟି ମିଳିପାରିବ ନାହିଁ ବୋଲି ନିଷ୍ପତି ନିଆଯାଇଛି । ତେବେ ଟୋକିଓ ପାରାଅଲମ୍ପିକ୍ସର ଟେକ୍ନିକାଲ ପ୍ରତିନିଧି ସ୍ପଷ୍ଟ କରିଛନ୍ତି ଯେ ବିନୋଦ କୁମାର ଡିସକସ୍ ଥ୍ରୋ ପାଇଁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଗତକାଲି ବିନୋଦ କୁମାର ପଦକ ଜିତିଥିଲେ । ମାତ୍ର ତାଙ୍କର ଦିବ୍ୟାଙ୍ଗ ବର୍ଗକୁ ବିରୋଧ କରାଯିବା ପରେ ଏହି ପଦକକୁ ହୋଲ୍ଡ କରାଯାଇଥିଲା । ବିଏସଏଫର ୪୧ ବର୍ଷୀୟ ବିନୋଦ କୁମାର ୧୯.୯୧ ମିଟର ସର୍ବଶ୍ରେଷ୍ଠ କରି ତୃତୀୟ ସ୍ଥାନ ହାସଲ କରିଥିଲେ । ସେ ପୋଲାଣ୍ଡର ପିଓଟ୍ର ମୋସେୱିଜ୍ ଓ କ୍ରୋଏସିଆର ଭେଲିମିର ସାଣ୍ଡରଙ୍କ ଠାରୁ ପଛରେ ରହିଥିଲେ । କିନ୍ତୁ ଫଳାଫଳ ପରେ ଏଫ୍-୫୨ରେ ବିନୋଦଙ୍କ କ୍ୱାଲିଫିକେସନକୁ ଜଣେ ପ୍ରତିଦ୍ୱନ୍ଦ୍ୱୀ ଆପତ୍ତି ପ୍ରକାଶ କରିଥିଲେ ।ତେବେ କେଉଁ କାରଣରୁ ଆପତ୍ତି କରାଯାଇଥିଲା ତାହା ସ୍ପଷ୍ଟ ଜଣାପଡ଼ି ନାହିଁ ।

Related posts

ଏସିଆ କପ ମ୍ୟାଚରେ ଭାରତକୁ ବଡ ଶିକ୍ଷା ଦେଲେ ପାକିସ୍ତାନ, ଶ୍ରୀଲଙ୍କା

mahabharatanews

ଟ୍ରକ୍ ଧକ୍କାରେ ଓଲଟିଲା ବସ୍, ୫ ଆହତ

mahabharatanews

ଦିନିକିଆ ସିରିଜ୍ ନ ଖେଳିପାରନ୍ତି ରୋହିତ ଏବଂ ବିରାଟ…

mahabharatanews