ଓଡିଶା

ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦାନ କରିଥିବା କ୍ଷତିଗ୍ରସ୍ତ ଦୋକାନୀଙ୍କୁ ମିଳିବ ଦୋକାନ

ପୁରୀ/ଜୟନ୍ତ କୁମାର ସେଠି: କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ସହ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୁରୀରେ ନବନିର୍ମିତ ୩ଟି ମାର୍କେଟ କମ୍ପ୍ଲେକ୍ସ ଖୁବଶୀଘ୍ର ଲୋକାର୍ପିତ ହେବା ସହ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ଏଠାରେ ଥଇଥାନ କରାଯିବ । ସ୍ବଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରି ଦୋକାନ ଆବଣ୍ଟନ ନେଇ ଆଜି ପ୍ରଥମ ବୈଠକ ପୁରୀ ଟାଉନ୍ ହଲରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କ୍ଷତିଗ୍ରସ୍ତ ଦୋକାନୀମାନେ ଦୋକାନ ଘର ଆବଣ୍ଟନ ନେଇ ସୁଚିନ୍ତିତ ପ୍ରସ୍ତାବ ଦେଇଛନ୍ତି। ପୁରୀରେ ନବନିର୍ମିତ ତିନୋଟି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ଖୁବଶୀଘ୍ର ଲୋକାର୍ପଣ ହେବାକୁ ଯାଉଛି। ବିସ୍ଥାପିତ ଦୋକାନୀ ମାନଙ୍କୁ ଖୁବଶୀଘ୍ର ଏଠାରେ ଦୋକାନ ଘର ଆବଣ୍ଟନ କରାଯିବ। ଏନେଇ ଆଜି ପୁରୀ ଟାଉନ ହଲ ଠାରେ ବିସ୍ଥାପିତଙ୍କ ସହ ପ୍ରଶାସନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିଷ୍ପତ୍ତି ଅନୁଯାୟୀ ପୌରପାଳିକା ପକ୍ଷରୁ ସ୍ଥିରୀକୃତ ହୋଇଥିବା ଭଡ଼ା ଓ ଅଗ୍ରୀମ ଜମା ରାଶି ଦେଇ ବିସ୍ଥାପିତ ଦୋକାନୀ ମାନେ ଦୋକାନ ଘର ନେଇପାରିବେ। ମଠ ଠାରୁ ଭଡ଼ା ନେଇଥିବା ଦୋକାନୀ ମାନେ ଦୋକାନ ପାଇଁ ମଠ ମହନ୍ତଙ୍କ ସହ ଚୁକ୍ତି କରିବେ। ତେବେ ବ୍ୟକ୍ତିଗତ ଜମି ଥିବା ଦୋକାନୀଙ୍କୁ ଭଡ଼ା କିମ୍ବା ଅଗ୍ରୀମ ରାଶି ଦେବାକୁ ପଡିବ ନାହିଁ। ଶ୍ରୀମନ୍ଦିର ଚତୁପାର୍ଶ୍ବ ଓ ବଡ଼ଦାଣ୍ଡରୁ ବିସ୍ଥାପିତ ହୋଇଥିବା ଦୋକାନୀଙ୍କୁ ମାର୍କେଟ ଛକ ସ୍ଥିତ ମାର୍କେଟ କମ୍ପ୍ଲେକ୍ସରେ ଥଇଥାନ୍ ପାଇଁ ଦାବି କରିଛନ୍ତି ବିସ୍ଥାପିତ ମାନେ। ଶ୍ରୀକ୍ଷେତ୍ରର କଳେବର ପରିବର୍ତ୍ତନ ପାଇଁ ପୁରୀ ମାର୍କେଟ ଛକ, ଜେଲ୍ ରୋଡ ଓ ମୋଚି ସାହି ଛକରେ ତିନୋଟି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଛି।

Related posts

ଆଜି ବଜ୍ରପାତରେ ଚାଲିଗଲା ଜୀବନ

mahabharatanews

ଇଟାଭାଟିରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୪ଜଣଙ୍କ ଜୀବନ

mahabharatanews

ଦେଶରେ ଦୁର୍ବଳ ହେଉଛି ଧର୍ମନିରପେକ୍ଷତା: ଓୱେସି

mahabharatanews