ମନୋରଞ୍ଜନ

୪୫ଦିନ ପରେ ବିବାହ କରିବେ ଶ୍ରେନୁ ପାରେଖ 

(ମୁମ୍ବାଇ) : ଖୁବ୍ ଶୀଘ୍ର ‘ଇସକବାଜ’ ଅଭିନେତ୍ରୀ ଶ୍ରେନୁ ପାରେଖ ତାଙ୍କ ଦୀର୍ଘ ଦିନର ପ୍ରେମିକଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେ ଏନେଇ ସୋସିଆଲ ମିଡିଆରେ ଏକ ସୁନ୍ଦର ଚିତ୍ର ସେୟାର କରିଥିଲେ ଏବଂ ଏକ ସୁନ୍ଦର କ୍ୟାପସନ୍ ମଧ୍ୟ ଦେଇଥିଲେ।  ସେମାନଙ୍କ ବିବାହ ଗୁଜୁରାଟ ଶୈଳୀରେ ହେବ।

ସୂଚନାନୁଯାୟୀ ,  ଅଭିନେତ୍ରୀ ଶ୍ରେନୁ ପାରେଖ ଖୁବ୍ ଶୀଘ୍ର ଏକ ନୂତନ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ଦୀର୍ଘ ଦିନର ପ୍ରେମିକା ଅକ୍ଷୟ ମଥ୍ରେଙ୍କ ସହ ସାତ୍‌ ଫେରେ ନେଇ ଏକ ସୁଖର ସଂସାର ଗଢ଼ିବାକୁ ଯାଉଛନ୍ତି ଅଭିନେତ୍ରୀ। ଶ୍ରେନୁ ଏବଂ ଅକ୍ଷୟ ଏକ ଇନ୍‌ଷ୍ଟା ପୋ‌ଷ୍ଟ୍‌ ସେୟାର କରିଛନ୍ତି ଏବଂ ଲେଖିଛନ୍ତି, ‘ଗୀତଟି ପୁରୁଣା, କିନ୍ତୁ ଭାବନା ସତେଜ।’ ଏହା ସହିତ ସେ ହ୍ୟାସଟ୍ୟାଗ୍ ‘#୪୫ଡେଜ୍‌ଟୁ ଗୋ’ ମଧ୍ୟ ଲେଖିଛନ୍ତି, ଅର୍ଥାତ୍ ବର୍ତ୍ତମାନ ବିବାହ ପାଇଁ ୪୫ ଦିନ ବାକି ଅଛି।

Related posts

 ଫିଲ୍ମ ‘ଆନିମଲ୍’କୁ ନେଇ ସଂସଦରେ ହୋହାଲ୍ଲା

mahabharatanews

ମା ବନିଲେ ସିଦ୍ଧୁଙ୍କ ମା ‘

mahabharatanews

‘ଦେଶର ନାମ ଖରାପ କରୁଛ’, ଶୁଣି ଝଗଡା କଲେ ଉର୍ଫି

mahabharatanews