ଭାରତ

ବଦଳିବ ‘ଆଲିଗଡ଼’ର ନାମ

(ଉତ୍ତର ପ୍ରଦେଶ) : ଏବେ ବଦଳିବ ‘ଆଲିଗଡ଼’ର ନାମ । ପରିବର୍ତ୍ତନ କରି ସହରର ନାମ ‘ହରିଗଡ଼’ ରଖିବାକୁ ଦିଆଯାଇଥିବା ପ୍ରସ୍ତାବ ପାସ ହୋଇଯାଇଛି। ଏଣିକି ଏହି ନିଷ୍ପତ୍ତିରେ ମୋହର ଲାଗିବାର ଅପେକ୍ଷା ରହିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ରାଜ୍ୟର ବିଭିନ୍ନ ପ୍ରମୁଖ ସହରର ନାମ ପରିବର୍ତ୍ତନ କରିବାରେ ରେକର୍ଡ କରିସାରିଲାଣି ।

ସୂଚନାନୁଯାୟୀ ,୨୦୧୯ ଜାନୁୟାରିରେ ଆଲାହାବାଦରେ କୁମ୍ଭ ମେଳା ଆରମ୍ଭ ହେବାର କିଛି ମାସ ପୂର୍ବରୁ ଆଲାହାବାଦର ନାମକରଣ କରି  ‘ପ୍ରୟାଗରାଜ’ ରଖାଯାଇଥିଲା । ଆଲିଗଡ଼ର ମେୟର ପ୍ରଶାନ୍ତ ସିଙ୍ଘଲ ମଙ୍ଗଳବାର ‌କହିଛନ୍ତି, ‘ଏକ ବୈଠକରେ ଆଲିଗଡ଼ର ନାମ ବଦଳାଇ ହରିଗଡ଼ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏନେଇ ସମସ୍ତ କାଉନସିଲର ସହମତି ଜଣାଇଥିଲେ।ଏଣିକି ଏହି ପ୍ରସ୍ତାବକୁ ପ୍ରଶାସନଙ୍କ ନିକଟରୁ ପଠାଯିବ।

Related posts

ପ୍ରଥମ ନିଜସ୍ୱ SSLV ମିଶନକୁ ଲଞ୍ଚ କରି ଇସ୍ରୋ ରଚିଲା ଇତିହାସ

mahabharatanews

ୟୁକ୍ରେନର ଏକ ସପିଂ ମଲ୍ରେ ଋଷର ଆକ୍ରମଣ,୧୬ ମୃତ ଓ ୫୯ ଗୁରୁତର

mahabharatanews

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ନକ୍ସଲ ନିହତ 

mahabharatanews