ଭାରତ

କୋର୍ଟରେ ଆତ୍ମସମର୍ପଣ କଲେ ନଭଜୋତ ସିଂହ ସିଦ୍ଧୁ

(ପଞ୍ଜାବ) : ପାର୍କିଂ ମାମଲାରେ ପୂର୍ବତନ କଂଗ୍ରେସ ନେତା ନଭଜୋତ ସିଂହ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ୧ ବର୍ଷର ଜେଲଦଣ୍ଡାଦେଶ ଶୁଣାଇଥିଲେ। ଆଜି ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ସୁପ୍ରିମକୋର୍ଟରେ ସିଦ୍ଧୁଙ୍କ ପାଇଁ ଆବେଦନ କରିଥିବା ଆଇନଜୀବୀ ଅଭିଷେକ ମନୁସିଙ୍ଘଭୀ ଆଜି ଜଷ୍ଟିସ ଏଏମ ଖାନୱିଲକରଙ୍କ ନିକଟରେ ଅଧିକ ସମୟ ଲୋଢ଼ିଥିଲେ। ଆଜି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆତ୍ମସମର୍ପଣ ନିମନ୍ତେ ଅଧିକ ସମୟ ଲୋଡ଼ିଥିଲେ। କିନ୍ତୁ ତାଙ୍କ ଆବେଦନ ଖାରଜ ହୋଇଯାଇ ଥିଲା।

୧୯୮୮ର ‘ରୋଡ୍‌ ରେଜ୍‌’ ମାମଲାରେ ସୁପ୍ରିମ୍‌କୋର୍ଟ ଗୁରୁବାର ଏକ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେବା ପରେ ନବଜୋତ୍‌ଙ୍କୁ ଆତ୍ମସମର୍ପଣ କରିବା ଲାଗି ଆଦେଶ ଦେଇଥିଲେ। ୧୯୮୮ ମସିହାରେ ଗାଡ଼ି ପାର୍କିଂକୁ ନେଇ ସିଦ୍ଧୁ ଓ ଗୁରନାମ ସିଂହଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ସିଦ୍ଧୁ ତାଙ୍କୁ ମାଡ଼ ମାରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଗୁରନାମ ସିଂହଙ୍କ ମୃତ୍ୟୁ ଘଟିଥିଲା।

ସୂଚନାନୁଯାୟୀ , ପଟିଆଲାରେ ରାସ୍ତା ମଝିରେ ଗାଡ଼ି ପାର୍କିଂ କରିଥିଲେ। ଏହି ସମୟରେ ଗୁରୁନାମ ସିଂହ ନାମକ ୬୫ ବର୍ଷୀୟ ବୃଦ୍ଧ ତାଙ୍କୁ କାର୍ ରାସ୍ତାରୁ ହଟାଇବାକୁ କହିଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ସିଦ୍ଧୁ ରାଗରେ ବୃଦ୍ଧଙ୍କ ମୁଣ୍ଡକୁ ପିଟିଥିଲେ। ଏଥିରେ ବୃଦ୍ଧ ଜଣଙ୍କର ମୃତ୍ୟୁ ଘଟିଥିଲା।

Related posts

ସ୍ମୃତି ଇରାନୀଙ୍କ ଟାର୍ଗେଟରେ ରାହୁଲ ଗାନ୍ଧୀ

mahabharatanews

୪୦କୋଟି ଆୟ କଲା ଡ୍ରିମ୍ ଗର୍ଲ- ୨ 

mahabharatanews

ବଢ଼ିଲା ଦିଲ୍ଲୀ ଓ ପଞ୍ଜାବ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା  

mahabharatanews