ବସ୍ତା /ଅଜିତ କୁମାର ସାହୁ : ଅବ୍ୟବସ୍ଥା ଘେରରେ ସିଂଲା ଥାନା । ଅଭିଯୋଗ କରିବାର ୧୫ ଦିନ ପରେ ମଧ୍ୟ ଅଭିଯୋଗ କାରୀଙ୍କୁ ମିଳୁନି ଅଭିଯୋଗର ନକଲ । କେବଳ ସେତିକି ନୁହଁ, ଅଭିଯୋଗ କରିବାକୁ ଆସିଥିବା ଅଭିଯୋଗ କାରୀ ମାନେ ଦୁର୍ବ୍ୟବହାରର ଶିକାର ହୋଇଥାନ୍ତି । ଅନେକ ସମୟର ଅଭିଯୋଗକାରୀ ଓ ତାଙ୍କ ପରିବାର ବର୍ଗଙ୍କୁ ଅନାବଶ୍ୟକ ଭାବେ ବେଆଇନ ଭାବରେ ଅଟକ ରଖା ଯାଉଥିବା ନେଇ ଅଭିଯୋଗ ହେଉଛି। ଯାହା ପାଇଁ ପୋଲିସ ଓ ଆଇନ ବ୍ୟବସ୍ଥା ଉପରୁ ଲୋକଙ୍କୁ ଭରସା କ୍ରମସ୍ ଉଠି ଯାଉଛି । ଏମିତି କି ଅନେକ ସମୟରେ କାଉଣ୍ଟର ମାମଲା କରି ସାଧାରଣ ଲୋକଙ୍କୁ ହଇରାଣ କରାଯିବା ସହିତ, ମାମଲା କୁ ଦୁର୍ବଳ କରି ସାଲିସ ପୂର୍ଣ୍ଣ ସମାଧାନ ପାଇଁ ପରିସ୍ଥିତି ସୃଷ୍ଟି କରାଯାଉଛି । ସିଂଲା ପୋଲିସର ଏଭଳି ମନମାନି ପାଇଁ ମାମଲା ଯାଇ ବାଲେଶ୍ଵର ଏସ୍ପି ଓ ଫାଇଵ ଟି ଅଧିକାରୀଙ୍କ ନିକଟରେ ପହଞ୍ଚିଲାଣି । ଗତ ୨୭ ତାରିଖ ଆମ୍ବକୁଡୁଚି ଗ୍ରାମରେ ଥିବା ବେଆଇନ ନାଲି ଇଟା ଭାଟି କୁ କେନ୍ଦ୍ର କରି, ଇଟାଭାଟି ମାଲିକ,ମ୍ୟାନେଜର ଙ୍କ ସହିତ ଦେବେନ୍ଦ୍ର ଜେନା ଙ୍କ ପରିବାର ଗଣ୍ଡଗୋଳ ହୋଇଥିଲା , ଜାତି ଉଠାଇ ଗାଳି ଗୋଲଜ୍ କରିବା ସହିତ ଆକ୍ରମଣ କରାଯାଇଥିଲା । ଏନେଇ ନ୍ୟାୟ ପାଇଁ ସିଂଲା ଥାନାରେ ଦେବେନ୍ଦ୍ର ଅଭିଯୋଗ କରିଥିଲେ । ତେବେ ଥାନାରୁ ନ୍ୟାୟ ପାଇବା ତ ଦୂରର କଥା, ଥାନା କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଗଲେ ପଛେ, କିନ୍ତୁ କେସ ନମ୍ବର କିମ୍ବା ଅଭିଯୋଗ ର ନକଲ ନପାଇ, ବାଲେଶ୍ଵର ଏସ୍ପିଙ୍କୁ ଘଟଣା ବାବଦରେ ଜଣାଇଥିଲେ।
ତେବେ ଏସ୍ପିଙ୍କ ହସ୍ତ୍ ଖେପ ପରେ ଆଜି ଦେବେନ୍ଦ୍ର ଓ ତାଙ୍କ ଭାଇ ଉମାକାନ୍ତଙ୍କୁ ଅଭିଯୋଗ ପତ୍ର ର ନକଲ ମିଳିଛି । ସେହି ଭଳି ଅନ୍ୟ ଏକ ମାମଲାରେ ସିଂଲା ଥାନା କୁ ଫାଇବ ଟି ସମନ ମଧ୍ୟ ଜାରି ହୋଇଛି। ଅନ୍ୟ ପକ୍ଷରେ ଦୀର୍ଘଦିନ ହେବ ସିଂଲାଥାନାରେ ଆଇ.ଆଇ.ସି ପଦବୀ ଫାଙ୍କା ପଡିଥିବା ବେଳେ, ଆବଶ୍ୟକ ସଂଖ୍ୟକ ପୋଲିସ କର୍ମଚାରୀ ନାହାଁନ୍ତି । ଏକମାତ୍ର ମହିଳା ଏସ.ଆଇ ଓ କମ ସଂଖ୍ୟକ ପୋଲିସ କର୍ମଚାରୀ ଙ୍କୁ ନେଇ ଥାନା ଚଳାଇବା, ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ । ଯାହାପାଇଁ ସିଂଲା ଥାନା ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହେବା ସହିତ,ଚୋରି , ନିଶା କାରବାର ଭଳି ଅପରାଧିକ କାର୍ୟୟକଳାପ କ୍ରମଶଃ ବୃଦ୍ଧି ପାଉଛି । ତୁରନ୍ତ ଉଚ୍ଚ ପଦସ୍ଥ ଅଧିକାରୀ ସମସ୍ୟା ଊପରେ ଧ୍ୟାନ ଦେବାକୁ ସାଧାରଣ ରେ ଦାବି ହୋଇଛି।
