Uncategorized

ଅବ୍ୟବସ୍ଥା ଘେରରେ ସିଂଲା ଥାନା

ବସ୍ତା /ଅଜିତ କୁମାର ସାହୁ : ଅବ୍ୟବସ୍ଥା ଘେରରେ ସିଂଲା ଥାନା । ଅଭିଯୋଗ କରିବାର ୧୫ ଦିନ ପରେ ମଧ୍ୟ ଅଭିଯୋଗ କାରୀଙ୍କୁ ମିଳୁନି ଅଭିଯୋଗର ନକଲ । କେବଳ ସେତିକି ନୁହଁ, ଅଭିଯୋଗ କରିବାକୁ ଆସିଥିବା ଅଭିଯୋଗ କାରୀ ମାନେ ଦୁର୍ବ୍ୟବହାରର ଶିକାର ହୋଇଥାନ୍ତି । ଅନେକ ସମୟର ଅଭିଯୋଗକାରୀ ଓ ତାଙ୍କ ପରିବାର ବର୍ଗଙ୍କୁ ଅନାବଶ୍ୟକ ଭାବେ ବେଆଇନ ଭାବରେ ଅଟକ ରଖା ଯାଉଥିବା ନେଇ ଅଭିଯୋଗ ହେଉଛି। ଯାହା ପାଇଁ ପୋଲିସ ଓ ଆଇନ ବ୍ୟବସ୍ଥା ଉପରୁ ଲୋକଙ୍କୁ ଭରସା କ୍ରମସ୍ ଉଠି ଯାଉଛି । ଏମିତି କି ଅନେକ ସମୟରେ କାଉଣ୍ଟର ମାମଲା କରି ସାଧାରଣ ଲୋକଙ୍କୁ ହଇରାଣ କରାଯିବା ସହିତ, ମାମଲା କୁ ଦୁର୍ବଳ କରି ସାଲିସ ପୂର୍ଣ୍ଣ ସମାଧାନ ପାଇଁ ପରିସ୍ଥିତି ସୃଷ୍ଟି କରାଯାଉଛି । ସିଂଲା ପୋଲିସର ଏଭଳି ମନମାନି ପାଇଁ ମାମଲା ଯାଇ ବାଲେଶ୍ଵର ଏସ୍ପି ଓ ଫାଇଵ ଟି ଅଧିକାରୀଙ୍କ ନିକଟରେ ପହଞ୍ଚିଲାଣି । ଗତ ୨୭ ତାରିଖ ଆମ୍ବକୁଡୁଚି ଗ୍ରାମରେ ଥିବା ବେଆଇନ ନାଲି ଇଟା ଭାଟି କୁ କେନ୍ଦ୍ର କରି, ଇଟାଭାଟି ମାଲିକ,ମ୍ୟାନେଜର ଙ୍କ ସହିତ ଦେବେନ୍ଦ୍ର ଜେନା ଙ୍କ ପରିବାର ଗଣ୍ଡଗୋଳ ହୋଇଥିଲା , ଜାତି ଉଠାଇ ଗାଳି ଗୋଲଜ୍ କରିବା ସହିତ ଆକ୍ରମଣ କରାଯାଇଥିଲା । ଏନେଇ ନ୍ୟାୟ ପାଇଁ ସିଂଲା ଥାନାରେ ଦେବେନ୍ଦ୍ର ଅଭିଯୋଗ କରିଥିଲେ । ତେବେ ଥାନାରୁ ନ୍ୟାୟ ପାଇବା ତ ଦୂରର କଥା, ଥାନା କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଗଲେ ପଛେ, କିନ୍ତୁ କେସ ନମ୍ବର କିମ୍ବା ଅଭିଯୋଗ ର ନକଲ ନପାଇ, ବାଲେଶ୍ଵର ଏସ୍ପିଙ୍କୁ ଘଟଣା ବାବଦରେ ଜଣାଇଥିଲେ।

ତେବେ ଏସ୍ପିଙ୍କ ହସ୍ତ୍ ଖେପ ପରେ ଆଜି ଦେବେନ୍ଦ୍ର ଓ ତାଙ୍କ ଭାଇ ଉମାକାନ୍ତଙ୍କୁ ଅଭିଯୋଗ ପତ୍ର ର ନକଲ ମିଳିଛି । ସେହି ଭଳି ଅନ୍ୟ ଏକ ମାମଲାରେ ସିଂଲା ଥାନା କୁ ଫାଇବ ଟି ସମନ ମଧ୍ୟ ଜାରି ହୋଇଛି। ଅନ୍ୟ ପକ୍ଷରେ ଦୀର୍ଘଦିନ ହେବ ସିଂଲାଥାନାରେ ଆଇ.ଆଇ.ସି ପଦବୀ ଫାଙ୍କା ପଡିଥିବା ବେଳେ, ଆବଶ୍ୟକ ସଂଖ୍ୟକ ପୋଲିସ କର୍ମଚାରୀ ନାହାଁନ୍ତି । ଏକମାତ୍ର ମହିଳା ଏସ.ଆଇ ଓ କମ ସଂଖ୍ୟକ ପୋଲିସ କର୍ମଚାରୀ ଙ୍କୁ ନେଇ ଥାନା ଚଳାଇବା, ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ । ଯାହାପାଇଁ ସିଂଲା ଥାନା ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହେବା ସହିତ,ଚୋରି , ନିଶା କାରବାର ଭଳି ଅପରାଧିକ କାର୍ୟୟକଳାପ କ୍ରମଶଃ ବୃଦ୍ଧି ପାଉଛି । ତୁରନ୍ତ ଉଚ୍ଚ ପଦସ୍ଥ ଅଧିକାରୀ ସମସ୍ୟା ଊପରେ ଧ୍ୟାନ ଦେବାକୁ ସାଧାରଣ ରେ ଦାବି ହୋଇଛି।

 

Related posts

ପ୍ରସିଦ୍ଧ ଉର୍ଦ୍ଦୁ କବି ରାହତ ଇନ୍ଦୋରୀଙ୍କୁ କରୋନା

mahabharatanews

ପାହାଡ଼ର ମଝିରେ ଗଢି ଉଠିଛି ଅଲଙ୍ଗ ସହର

mahabharatanews

ଏହି ଗଛ ଲଗାଇଲେ ଘରୁ ଦୂର ହୋଇଥାଏ ବାସ୍ତୁଦୋଷ

mahabharatanews