ଓଡିଶା

ପରୀ ହତ୍ୟା: ପ୍ରମାଣ ଦେବାକୁ ସମୟ ମାଗିଲା ଏସଆଇଟି

ନୟାଗଡ: ପରୀ ହତ୍ୟା ମାମଲାରେ ଏସଆଇଟି ଅଭିଯୁକ୍ତକୁ ଶନିବାରଠାରୁ ଗିରଫ କରିଛି । କିନ୍ତୁ ଅଭିଯୁକ୍ତ ବିରୋଧରେ ପ୍ରମାଣ ଦେବାକୁ୨୪ ତାରିଖ ପର୍ୟ୍ୟନ୍ତ ସମୟ ମାଗିଛି ଏସଆଇଟି । ଏସଆଇଟି ସରୋଜକୁ ଗିରଫ କରିବା ପରେ ଯଦୁପୁର ଗ୍ରାମ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବା ବେଳେ ଆଜି ଏସଆଇଟିର ୨ ଜଣ ଅଧିକାରୀ ଯଦୁପୁର ଗାଁରେ ପହଞ୍ଚି ଗ୍ରାମ ସଭାପତି ଜୟକୃଷ୍ଣ ପରିଡ଼ାଙ୍କ ସହ ଆଲୋଚନା କରିଛନ୍ତି । ତେବେ ଏସଆଇଟିର ସରୋଜ ବିରୋଧରେ ପ୍ରମାଣ ଦେବାକୁ କିଛି ଦିନ ସମୟ ମାଗିଥିବା ଗାଁ ସଭାପତି ଗଣମାଧ୍ୟମକୁ କହିଛନ୍ତି ।

ଦୁଇ ଅଧିକାରୀ ସଭାପତି ପରିଡାଙ୍କ ସହ ଆଲୋଚନା କରିବା ସହ ସରୋଜଙ୍କ ମା’ଙ୍କୁ ପୁଣି ପଚରାଉଚରା କରିଥିବା ସୂଚନା ମିିଳିଛି । ଏହି ଆଲୋଚନା ବେଳେ ଜୟକୃଷ୍ଣ ସେମାନଙ୍କୁ ଅଭିଯୁକ୍ତଙ୍କ ବିରୋଧରେ ଥିବା ପ୍ରମାଣ ମାଗିଥିଲେ। ପ୍ରମାଣ ନ ଦେଲେ ଗାଁ ଲୋକେ ତାଙ୍କୁ ଅଭିଯୁକ୍ତ ବୋଲି ମାନିବେ ନାହିଁ ବୋଲି ସଭାପତି ଦୃଢତାର ସହ ପ୍ରକାଶ କରିବା ପରେ ପ୍ରମାଣ ଦେବାକୁ ଏସଆଇଟି ୨୪ ତାରିଖ ପର୍ୟ୍ୟନ୍ତ ସମୟ ମାଗିଥିବା ପରିଡା ଗଣମାଧ୍ୟମକୁ କହିଛନ୍ତି।

ଗତକାଲି ଏସଆଇଟି ପକ୍ଷରୁ ଏକ ପ୍ରେସ ରିଲିଜରେ ଗିରଫଦାରିକୁ ନେଇ ସୂଚନା ଦିଆଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ନାଁ ଦର୍ଶାଯାଇ ନ ଥିଲା। ଶନିବାରଠାରୁ ତଦନ୍ତକାରୀ ଟିମ୍‌ ସରୋଜ ସେଠୀଙ୍କୁ ଉଠାଇ ନେଇଥିବାରୁ ତାଙ୍କୁ ହିଁ ଗିରଫ କରାଯାଇଥିବା କୁହାଯାଉଛି।

SR

Related posts

ଛିଣ୍ଡିଲା ତାଳଧ୍ଵଜର ଦଉଡି, ଆହତ ହେଲେ ଶ୍ରଦ୍ଧାଳୁ

mahabharatanews

ହିଞ୍ଜିଳିକାଟୁ କାଳୁଆ ଯାତ୍ରା ଉଦଯାପନୀ ଉତ୍ସବରେ ଉତ୍ତେଜନା

mahabharatanews

ଇଭିଏମ୍ ମେସିନ୍ ଅଚଳ 

mahabharatanews