ଓଡିଶା

ଇଭିଏମ୍ ମେସିନ୍ ଅଚଳ 

(ଦିଲ୍ଲୀ) : ଦେଶରେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ତଥା ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ମତଦାନ ଜାରି ରହିଛି। ଓଡ଼ିଶାର ୫ ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି।

ସୂଚନାନୁଯାୟୀ, କେତେକ ‌ମତଦାନ କେନ୍ଦ୍ରରେ ଇଭିଏମ୍ ମେସିନ୍ ଅଚଳ ହୋଇଯାଇଥିବାରୁ ଭୋଟର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁନ୍ଦରଗଡ଼ ବିଧାନସଭା ଆସନର ସୁନ୍ଦରଗଡ଼ ପୌରାଞ୍ଚଳ ୱାର୍ଡ ନମ୍ବର ୧୮ ବୁଥ ନମ୍ବର ୨୩୫ରେ ଇଭିଏମ୍ ତ୍ରୁଟି ଯୋଗୁଁ ଭୋଟ ଦାନରେ ବିଲମ୍ୱ ହୋଇଛି। ଭୋଟର କେନ୍ଦ୍ର ବାହାରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧରାକୋଟ ବ୍ଲକର କୁସଗୁମାରେ ଏଜେଣ୍ଟ ନ ବସାଇବାକୁ ନେଇ ଝଗଡା ହୋଇଛି।  ଭୋଟର ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଛିଡା ହୋଇ ଅତିଷ୍ଟ ହୋଇ ପଡିଥିବା କୁହାଯାଉଛି। ମତଦାନରେ ବିଳମ୍ବ ହେଲେ ଆମେ ଆଉ ଅପେକ୍ଷା ନ କରି ଘରକୁ ପଳେଇବୁ ବୋଲି ଭୋଟର କହିଛନ୍ତି।

Related posts

ଆବାସ ଯୋଜନାରୁ ବଞ୍ଚିତ କୁଡୁଞ୍ଜି

mahabharatanews

ଖରସ୍ରୋତା ନିଖୋଜ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

mahabharatanews

ଆନ୍ତର୍ଜାତୀୟ ଡକ୍ଟରେଟ ପୁରସ୍କାରରେ ସମ୍ମାନିତ ହେଲେ ସାମାଜିକ କର୍ମୀ ଡ. ନବିନ ଚନ୍ଦ୍ର ଗୋରଡା

mahabharatanews