ଓଡିଶା

ଶ୍ରୀମନ୍ଦିରରେ ଠେଲାପେଲା ସ୍ଥିତି, ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ଠେଲାପେଲା ସ୍ଥିତି । ମୁହାଁମୁହିଁ ହେଲେ ଶ୍ରୀମନ୍ଦିର କମାଣ୍ଡର ଏବଂ ସ୍ଵତନ୍ତ୍ର ସୁରକ୍ଷାକର୍ମୀ । କିଛି ସମୟ ବନ୍ଦ ରହିଲା ଦର୍ଶନ । ଶ୍ରୀମନ୍ଦିର ୭ ପାହାଚ ପୂର୍ବରୁ କୀର୍ତ୍ତନ ଚକଡ଼ାରେ ଶ୍ରୀମନ୍ଦିର କମାଣ୍ଡର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡକୁ ନେଇ ସୃଷ୍ଟି ହୋଇଛି ଅପ୍ରୀତିକର ପରିସ୍ଥିତି । ସୁରକ୍ଷାକର୍ମୀଙ୍କ ପ୍ରୋଟୋକଲ୍ ଦର୍ଶନକୁ ନେଇ ଶ୍ରୀମନ୍ଦିର କମାଣ୍ଡର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ଯାହାକୁ ନେଇ ସାତ ପାହାଚ ଧାଡ଼ି ଦର୍ଶନ ବନ୍ଦ ରଖିଥିଲେ ସେବକ । ବ୍ୟାରିକେଡ୍‌ରେ ସୁରକ୍ଷାକର୍ମୀଙ୍କ ପ୍ରୋଟୋକଲ୍ ଦର୍ଶନକୁ ବିରୋଧ କରିଛନ୍ତି ଶ୍ରୀମନ୍ଦିର କମାଣ୍ଡର ସୁଧାଂଶୁ ପଟ୍ଟନାୟକ ଏବଂ ସେବାୟତ । ଯାହାକୁ ନେଇ ଶ୍ରୀମନ୍ଦିର ଭିତରେ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଛି ।

ମନ୍ଦିର କମାଣ୍ଡାରଙ୍କୁ ସ୍ୱତନ୍ତ୍ର ସୁରକ୍ଷାକର୍ମୀ ଧକ୍କା ମାରିବା ସହଗାଳିମନ୍ଦ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସେବକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମଧ୍ୟ ଯୁକ୍ତିତର୍କ ହୋଇଛି । ସେବକ ମାନେ ସାତପାହାଚ ଧାଡ଼ି ଦର୍ଶନ ବନ୍ଦ ରଖିଛନ୍ତି । ସକାଳଧୂପ ପରେ ଦର୍ଶନ ବନ୍ଦ ରହିଥିଲା । ବୁଝାସୁଝା ପରେ ଦର୍ଶନ ସ୍ଵାଭାବିକ ହୋଇଛି । ସାତପାହାଚ ତଳେ ପ୍ରୋଟୋକଲ ବ୍ୟବସ୍ଥାକୁ ବିରୋଧ କରି ବିବାଦ ହୋଇଛି ।  ଶ୍ରୀମନ୍ଦିର ସୁରକ୍ଷା ସ୍ବତନ୍ତ୍ର ବଳ ଗୋଟିଏ ଧାଡି କରିଥିବାରୁ ବିବାଦୀୟ ପରିସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ସେବାୟତ । ରବିବାର ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ । ଭିଡ଼ ଭିତରେ ଶ୍ରୀମନ୍ଦିର କମାଣ୍ଡରଙ୍କ ସହ ସୁରକ୍ଷାକର୍ମୀଙ୍କ ଯୁକ୍ତିତର୍କ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି ।

Related posts

ସ୍ବେଛାସେବୀ ଅନୁଷ୍ଠାନ ‘ଦୁଲାଲ’ ଦ୍ବାରା ମାଣ୍ଡିଆ ତିଆରି ପୁଷ୍ଟିକର ଖାଦ୍ୟ ମେଳା

mahabharatanews

ବାଣ ଦୁର୍ଘଟଣା ମାମଲା; ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମୃତ

mahabharatanews

ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ

mahabharatanews