ଓଡିଶା

ଆଦିବାସୀ ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଓଡିଶାର ସଫଳତା

ଭୁବନେଶ୍ୱର: ଆଦିବାସୀ ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଓଡିଶା ଉତ୍କ୍ର୍ସତା ହାସଲ କରିଛି । ଆଦିବାସୀ ହଷ୍ଟେଲ ସୁବିଧା ପାଇଁ ଦେଶରେ ଆଇଏସଓ ସ।ର୍ଟିଫିକେଟ ହାସଲ କରିବାରେ ପ୍ରଥମ ରାଜ୍ୟର ସମ୍ମାନ ଅର୍ଜନ କରିଛି । ଓଡିଶାର ୪୪ଟି ଆଦିବାସୀ ହଷ୍ଟଲକୁ ଆଇଏସଓ୯୦୦୧:୨୦୦୫ ସାର୍ଟିଫିକେଟ ମିଳିଛି । ମିଶନ ସୁବିଦ୍ୟା ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ତଥା ମାନକ ଭିତ୍ତିରେ ମୂଲ୍ୟାୟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ସମ୍ବଲପୁରର ସମସ୍ତ ହଷ୍ଟେଲକୁ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ କରାଯାଇଥିଲା । ସେଥିରେ କେନ୍ଦୁଝରର ୬୦ ଓ ସମ୍ବଲପୁରର ୧୨ଟି ହଷ୍ଟେଲକୁ ସମସ୍ତ ମାନକ ପୂରା କରିଥିବା ନେଇ ଚୟନ କରାଯାଇଛି । ଏହି ପ୍ରକ୍ରିୟାରେ ଜିଲ୍ଲା ଅଧିକାରୀ ଅଡିଟ ଟିମରେ ସହଯୋଗ କରିଥିଲେ । ଲକଡ।।ଉନ ପୂର୍ବରୁ ମୋଟ ୪୪ଟି ହଷ୍ଟେଲର ଅଡିଟ ଏହି ଟିମ କରି ସେସବୁକୁ ସାର୍ଟିଫିକେଟ ପ୍ରଦାନ କରିଛି ।

Related posts

ମହାନଦୀରେ ବନ୍ୟା ଆଶଙ୍କା ; ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସୂଚନା

mahabharatanews

ପୂର୍ବ ଶତ୍ରୁତାକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews

ଜିଲ୍ଲା ସ୍ତରୀୟ ପ୍ରେସ୍-ଡେ ପାଳନ

mahabharatanews