ଓଡିଶା

ସାଧାରଣତନ୍ତ୍ର ଦିବସ: ଦିଲ୍ଲୀରେ ୪ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି

(ନୂଆଦିଲ୍ଲୀ ): ରାତି ପାହିଲେ ସମଗ୍ର ଭାରତରେ ଗଣତନ୍ତ୍ର ଦିବସ ପାଳନ ହେବ । ଏଥି ପାଇଁ ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ପଲ୍ଲୀ ପର୍ୟ୍ୟନ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚି ସାରିଛି । ଦିଲ୍ଲୀ ପୋଲିସ ସାଧାରଣତନ୍ତ୍ର (ଗଣତନ୍ତ୍ର) ଦିବସ ନେଇ ଅଧିକ ତତ୍ପରତା ଦେଖାଇଛି । ଏପର୍ୟ୍ୟନ୍ତ ୧୦ ହଜାର ପୋଲିସ ମୁତୟନ କରିସାରିଛି । ଏଥର ମୁହଁ ଦେଖିବା ପାଇଁ ସିଷ୍ଟମ ଓ ଡ୍ରୋନର ସହାୟତା ନିଆଯାଉଛି । ଡିସିପି (ନୂଆଦିଲ୍ଲୀ ଜୋନ) ଇଶ ସିଂଘଲ କହିଛନ୍ତି, ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରୋ ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ହେବେ । ସେହିଭଳି ଅତିଥିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରି ଦିଆଯାଇଛି । ଏହା ବ୍ୟତୀତ ଜମ୍ମୁ କଶ୍ମୀର, ମୁମ୍ବାଇ ସମେତ ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।
ରାଜପଥ ଠାରୁ ଲାଲକିଲ୍ଲା ପର୍ୟ୍ୟନ୍ତ ପରେଡ ମାର୍ଗରେ ନଜର ରଖିବା ପାଇଁ ବହୁତଳ ବିଶିଷ୍ଟ କୋଠାରେ ସାର୍ପସୁଟର ଓ ସ୍ନାଇପର ମୁତୟନ ହେବେ । ଲାଲକିଲ୍ଲା, ଚାନ୍ଦନୀଚୌକ ଓ ଯମୁନା ନଗର ଅଞ୍ଚଳରେ ଅତିକମରେ ୧୫୦ କ୍ୟାମେରା ସହିତ ସୁରକ୍ଷା ବ୍ୟବସ୍ଥା ସହ ଶତାଧିକ ସିସିଟିଭି କ୍ୟାମେରା ଖଞ୍ଜାଯିବ ।
ପୋଲିସ ଅଧିକାରୀ କହିଛନ୍ତି, ଚାରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ଏହି ବ୍ୟବସ୍ଥା ରାଜଧାନୀର ଭିତର, ମଧ୍ୟ, ବାହାର ଓ ସୀମାରେ ରହିବ । ସେ କହିଛନ୍ତି, ଅର୍ଦ୍ଧସୈନ୍ୟ ବଳ ସହ ୫୦ କମ୍ପାନୀ ନୂଆଦିଲ୍ଲୀ ଜିଲ୍ଲାରେ ୫୦୦୦ ରୁ ୬୦୦୦ କର୍ମୀ ମୁତୟନ ହେବେ ।

Related posts

ରେଶମ ଆଞ୍ଚଳିକ କଲେଜର ରୌପ୍ୟ ଜୟନ୍ତୀ ପାଳିତ

mahabharatanews

କମ୍ବିଂ ଅପରେସନ ବେଳେ ନକ୍ସଲ-ସୁରକ୍ଷାକର୍ମୀ ଗୁଳି ବିନିମୟ, କ୍ୟାମ୍ପ ଧ୍ୱଂସ

mahabharatanews

ପୁରୀ ରେଳ ଷ୍ଟେସନ୍‌ରେ ଆଜି ପୁରୀ-ଗୁଣୁପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନ୍‌ଚ୍ୟୁତ

mahabharatanews

Leave a Comment