ଓଡିଶା

ଆସନ୍ତାକାଲିଠୁ ମା’ ବିମଳାଙ୍କର ଷୋଡ଼ଶଦିନାତ୍ମକ ପୂଜା 

(ପୁରୀ) : ଆସନ୍ତାକାଲିଠୁ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା’ ବିମଳାଙ୍କ ପାଖରେ ଆରମ୍ଭ ହେବ ଷୋଡ଼ଶଦିନାତ୍ମକ ପୂଜା । ଆସନ୍ତାକାଲି ୬ ତାରିଖ ଶୁକ୍ରବାର ଦିନ ମୂଳାଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପିଠରେ ସହସ୍ରକୁମ୍ଭାଭିଷେକ ଏବଂ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହେବ। ମୂଳାଷ୍ଟମୀ ଠାରୁ ଆଶ୍ଵିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଷୋଳ ଦିନ ଠାକୁରାଣିଙ୍କ ବିଶେଷ ପୂଜା ହେବ ଶ୍ରୀମନ୍ଦିର ସ୍ୱତ୍ୱଲିପି ମୁତାବକ ଏହି ୧୬ ଦିନ ସ୍ତ୍ରୀ ଲୋକଙ୍କ ପାଇଁ ବିମଳା ମନ୍ଦିର ପ୍ରବେଶ ନିଷେଧ ଥାଏ ।

ସୂଚନାନୁଯାୟୀ ଏହି ଅବସରରେ ଗଜପତିଙ୍କ ଶ୍ରନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇ ରାଜଗୁରୁ ପୁରୋହିତଙ୍କୁ ପ୍ରଦାନ କରାଯିବ ଗଜପତିଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ଏବଂ ନଡ଼ିଆ । ବିମଳାଙ୍କ ପୀଠ ପାଇଁ ଜଣେ ପୂଜକ, ଜଣେ ପରିଚ୍ଛା, ଚଣ୍ଡୀପାଠ, ସହସ୍ରନାମ ପାଠକ ଏବଂ ମନ୍ତ୍ରଯାପକଙ୍କୁ ବରଣ କରିବେ ରାଜଗୁରୁ ପୁରୋହିତ । ଏଥି ସହିତ ଶ୍ରୀମନ୍ଦିର ବେଢା ପରିସରରେ ମା’ ଭୁବନେଶ୍ୱରୀ, ମା’ ବାଟମଙ୍ଗଳା ଏବଂ ମା’ ଉତ୍ତରାୟଣୀଙ୍କ ପୀଠ ନିମନ୍ତେ ମଧ୍ୟ ପୂଜକ ଏବଂ ଚଣ୍ଡୀପାଠକ ବରଣ କରାଯିବେ ।

Related posts

ରାଜ୍ୟରେ ଆଉ ୯ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

ଜଳ ସମ୍ପଦ ବିଭାଗ ଅଧୀନ ଗ୍ରାଉଣ୍ଡ ଓ୍ବାଟର ବିଭାଗରେ କାମ କରିବେ ୩୬ ଜଣ ଭୂବିଜ୍ଞାନୀ

mahabharatanews

ରାଜ୍ୟରେ ଦୈନିକ କରୋନା ବଢୁଛି ସଂକ୍ରମଣ ; ୨୪ ଘଣ୍ଟା ମଧ୍ୟରେ ୧୦୬୫ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews