ଓଡିଶା

ଆଜି ଠାରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ସ୍କିଲ କନକ୍ଳେଭ 2023.

ଭୁବନେଶ୍ୱରର :ଆଜି ଠାରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ସ୍କିଲ କନକ୍ଳେଭ 2023…ଆଜିଠାରୁ ଆରମ୍ଭ ହୋଇ 22 ତାରିଖ ଯାଏଁ ଚାଲିବ ଏହି କନକ୍ଳେଭ…ଆଜି 10.30 ରେ ଏହି ସ୍କିଲ କନକ୍ଳେଭକୁ ଉଦଘାଟିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… ତେବେ ଏହି କନକ୍ଲେଭ୍ ରେ 7 ଟି ସେସନ ରହିବ। ସ୍କିଲଡ଼ ଇନ ଓଡିଶା ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହନ କରିବା ଉଦେଶ୍ୟରେ ରାଜ୍ୟର ଯୁବକମାନଙ୍କୁ କେବଳ ଦେଶ ଭିତରେ ନୁହେଁ ବିଦେଶରେ ମଧ୍ୟ ନିଯୁକ୍ତି ପାଇଁ ଓଡ଼ିଶା ସରକାର ‘ନୂତନ ବିଶ୍ୱ ପାଇଁ ଦକ୍ଷତା ବିକାଶ’ ଥିମ ସହିତ ଏହି ସ୍କିଲ କନକ୍ଳେଭକୁ ଆୟୋଜିତ କରିଛନ୍ତି…ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ମାନ୍ୟଗଣ ବ୍ୟକ୍ତି, ବୁଦ୍ଧିଜୀବୀ, ଶିଳ୍ପପତିଙ୍କ ସହ ପ୍ରତିଦିନ ଦୁଇ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦେବେ…ରାଜ୍ୟର ଏହି ମହତ୍ୱାପୂର୍ଣ୍ଣ ଦୃଷ୍ଟିକୋଣ ଏବଂ ସମସ୍ତ ଅଧିକାରୀଙ୍କ ଅକ୍ଳାନ୍ତ ଉଦ୍ୟମ ଯୋଗୁ ‘ ସ୍କିଲଡ୍ ଇନ୍ ଓଡିଶା’ ତାଲିମଦାତାଙ୍କୁ 2019 ବିଶ୍ବ ଦକ୍ଷତା ପ୍ରତିଯୋଗିତା ରେ ଭାରତରୁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିବାରେ ସକ୍ଷମ କରିଛି।

ଏହି କନକ୍ଲେଭ ମାଧ୍ୟମରେ ଶିଳ୍ପ, ଶିକ୍ଷାନୁଷ୍ଠାନ, ତାଲିମ ସହଭାଗୀ, କ୍ଷେତ୍ରିୟ ଦକ୍ଷତା ପରିଷଦ, ଆନ୍ତର୍ଜାତୀୟ ସଂଗଠନ, ରାଷ୍ଟ୍ର ପ୍ରତିନିଧୀ ଏବଂ ସ୍କିଲ୍ ଆମ୍ବାସାଡରଙ୍କ ସହ ଜଡିତ ହେବା ନେଇ ପ୍ରାୟାସ କରାଯାଉଛି। ଏକ ନୂତନ ବିଶ୍ବ ଗଠନ ଦିଗରେ ଓଡିଶାର ବିକାଶ ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ପାଇଁ ଏକ ରୋଡ୍ ମ୍ୟାପ ପ୍ରସ୍ତୁତ କରିବାର ଏହା ହେଉଛି ଉପଯୁକ୍ତ ପ୍ଲାଟଫର୍ମ। ଓଡ଼ିଶାର ଦକ୍ଷତା ପ୍ରଦର୍ଶନ ପାଇଁ ଓଡିଶା ସ୍କିଲ କନକ୍ଲେଭ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ। 21 ତାରିଖ ଓ 22 ତାରିଖରେ ସ୍ବତନ୍ତ୍ର ଅଧିବେଷଣ ଓ ପ୍ରଦର୍ଶନୀ ମାଧ୍ୟମରେ ଭାରତକୁ ସ୍କିଲ୍ କ୍ୟାପିଟାଲ୍ ଭାବେ ଗଢି ତୋଳିବା, ଦକ୍ଷତା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତିକରଣ, ଡ୍ରୋନ୍ ଟେକ୍ନୋଲୋଜି ବ୍ଯବହାର ସହିତ ସେକ୍ଟର ସ୍କିଲ୍ କାଉନସିଲର ଭୂମିକା ଆଦି ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବାର ପ୍ରସ୍ତାବ ରହିଛି। ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ତଥା ଜାତୀୟ ସ୍ତରୀୟ ବ୍ୟକ୍ତି , ବୁଦ୍ଧିଜୀବୀ , ଶିଳ୍ପ ପ୍ରତିନିଧୀମାନେ ଅଂଶଗ୍ରହଣ କରିବେ।

ଏଥିରେ 2000ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଶିଳ୍ପ ଏକାଡେମୀ , ସରକାରୀ କ୍ଷେତ୍ରର 1000 ରୁ ଉର୍ଦ୍ଧ୍ବ ପ୍ରତିନିଧୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ତେବେ ଦୈନିକ 2 ରୁ 3 ହଜାର ଛାତ୍ରଛାତ୍ରୀ ଓ ଅଧିକାରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସ୍କିଲ କନକ୍ଳେଭରେ ରାଜ୍ୟର ଦକ୍ଷତା ସମ୍ବନ୍ଧରେ ଶିଳ୍ପ ସହଭାଗୀମାନଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ ବିଷୟରେ ଏମଓୟୁ ସ୍ଵାକ୍ଷର ହେବ। ଏହି ଇଭେଣ୍ଟକୁ ସଫଳ କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ଯେପରିକି ଭୁବନେଶ୍ବରର ଜନପଥରେ ନୂତନ ‘ପଥପ୍ରାନ୍ତ ଉତ୍ସବ’ ଆୟୋଜନ କରାଯାଉଛି। ଓଡ଼ିଶାର ସମୃଦ୍ଧ ଐତିହ୍ୟ ସଂସ୍କୃତି ପ୍ରଦର୍ଶନ କରିବା ସହିତ ସମସ୍ତ ପରିଦର୍ଶକଙ୍କ ମନୋରଞ୍ଜନ ପାଇଁ 20 ଏବଂ 21 ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ।

Related posts

ବ୍ଳକ ସ୍ତରୀୟ ମିଶନଶକ୍ତି ଋଣ ମେଳା ଅନୁଷ୍ଠିତ

mahabharatanews

ଭଉଣୀ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

mahabharatanews

ଜୁନ୍‌ ପୂର୍ବରୁ ଯୁକ୍ତ୨ ପରୀକ୍ଷାଫଳ

mahabharatanews

Leave a Comment