Uncategorized

କ୍ଷୁଦ୍ର ପତଙ୍ଗଟିଏ ମଧ୍ୟ ସାଧାରଣ ଜୀବନଯାତ୍ରା ରୋକିପାରେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଆଜି ମାସିକ ରେଡିଓ ଅଭିଭାଷଣ ‘ମନ୍ କି ବାତ୍’ର ୬୫ତମ ସଂସ୍କରଣରେ ଉଦ୍ବୋଧ ଦେଇ କହିଛନ୍ତି କି, ଲୋକମାନଙ୍କୁ ସାହାଯ୍ୟ କରୁଥିବା ଲୋକେ ବିଷାଦଗ୍ରସ୍ତ ହୁଅନ୍ତି ନାହିଁ। ମହାମାରୀ କୋଭିଡ୍-୧୯ ପ୍ରଭାବିତ ଲୋକମାନଙ୍କୁ ନିଜର ସଞ୍ଚିତ ଅର୍ଥ ଦେଇ ସାହାଯ୍ୟ କରୁଥିବା ଲୋକମାନଙ୍କୁ ପ୍ରଧାମନ୍ତ୍ରୀ ପ୍ରଶଂସା କରିଛନ୍ତି। ମହାମାରୀ ସମୟରେ ଖାଦ୍ୟ ‌ଯୋଗାଇ ଲୋକମାନଙ୍କୁ ସାହାଯ୍ୟ କରୁଥିବା ଅଗରତାଲାର ଗୌତମ ଦାସଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ନିଜ ଝିଅର ଶିକ୍ଷା ପାଇଁ ସଞ୍ଚୟ କରିଥିବା ଅର୍ଥକୁ ମହାମାରୀ ସମୟରେ ଜନସେବା ଲଗାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଗରିବ ଓ ଶ୍ରମଜୀବୀମାନେ କୋଭିଡ୍ ସଙ୍କଟରେ ଖୁବ୍ ପ୍ରଭାବିତ ହୋଇଛନ୍ତି।
ପଙ୍ଗପାଳ ପ୍ରସଙ୍ଗକୁ ତାଙ୍କ ଉଦ୍ବୋଧରେ ସ୍ଥାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମକୁ ଶିକ୍ଷା ଦେଇଛି ଯେ କ୍ଷୁଦ୍ର ପତଙ୍ଗଟିଏ ବି ସ୍ବାଭାବିକ ଜୀବନଯାତ୍ରା ରୋକି ଦେଇପା‌ରେ। କେନ୍ଦ୍ର ଓ ରାଜ୍ୟ କୃଷି ମନ୍ତ୍ରାଳୟ ମିଳିତ ଭାବେ ପଙ୍ଗପାଳ ଆକ୍ରମଣର ମୁକାବିଲା କରୁଛନ୍ତି। ପଙ୍ଗପାଳ ଆକ୍ରମଣ ଏବଂ ବାତ୍ୟା ଅମ୍ଫାନ୍ ଦୃଷ୍ଟାନ୍ତ ଦେଇ ସେ କହିଲେ କି, ପ୍ରକୃତି ସର୍ବଶକ୍ତିମାନ। ଓଡ଼ିଶା ଏବଂ ପଶ୍ଚିମବଙ୍ଗ କଠିନ ସଂଗ୍ରାମ କରି ବାତ୍ୟା ଅମ୍ଫାନ୍ ଜନିତ ଅସୁବିଧାକୁ ସାମନା କରିଛନ୍ତି ।
ମହାମାରୀ ସମୟରେ ଭାତରେ ଉଦ୍ଭାବନର ନୂତନ ପ୍ରବାହ ଆରମ୍ଭ ହୋଇଛି। ଭାରତର ଟିକା ପ୍ରସ୍ତୁତି ଉଦ୍ୟମକୁ ବିଶ୍ବ ଅନୁଧ୍ୟାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ମନୁଷ୍ୟର ସ୍ବଭାବ ହେଉଛି ଆଲୋକ ଆଡ଼କୁ ଅଗ୍ରସର ହେବା। ଆତ୍ମନିଭରଶୀଳ ହେବା ମନୁଷ୍ୟର ଆଲୋକ ଆଡ଼କୁ ଗତି କରିବାର ଅଭ୍ୟାସ ସହ ସମାନ। ଆମ ଦେଶ ବିଦେଶ ନିର୍ମିତ ସାମଗ୍ରୀ ବ୍ୟବହାର ବନ୍ଦ କରିବ ବୋଲି ଆଶା କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖିଥିବା ବିହାରର ଜଣେ ନାଗରିକଙ୍କୁ ସେ ପ୍ରଶଂସା କରିଛନ୍ତି।
ଭାରତ ଉନ୍ମୁକ୍ତ ହୋଇଥିବାରୁ ଆମେ ଅଧିକ ସତର୍କ ହେବା ଉଚିତ। ଅନ୍ୟ ଦେଶମାନଙ୍କ ଠାରୁ ଭାରତର ଜନସଂଖ୍ୟା ଅଧିକ, କିନ୍ତୁ ଆମେ ମହାମାରୀର ଉତ୍ତମ ମୁକାବିଲା କରିଛନ୍ତି। ଆମେ କଷ୍ଟ ସହିଛନ୍ତି, କିନ୍ତୁ ସଭିଏଁ କୌଣସିମତେ ଚଳିଛନ୍ତି। ଆମେ ବହୁସଂଖ୍ୟକ ଜୀବନ ବଞ୍ଚାଇ ପାରିଛନ୍ତି। ସମ୍ମୁଖ କର୍ମୀଙ୍କ ଉଦ୍ୟମ ଓ କୋଭିଡ୍-୧୯ ବିପକ୍ଷରେ ଜନ-ଚାଳିତ ସଂଗ୍ରାମକୁ ସୁନିଶ୍ଚିତ କରିଥିବା ପ୍ରତ୍ୟେକ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।
ଆମେ ଦୁର୍ବଳ ଓ ଅମନଯୋଗୀ ହେବା ନାହିଁ। ମହାମାରୀ ବିପକ୍ଷରେ ସଂଗ୍ରାମ ଚାଲୁ ରହିବ। ଏ କଥା ଭୁଲି ନ ଯିବାକୁ ଭାରତବାସୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ। ଦୁଇ ଗଜ ଦୂରତା, ହସ୍ତପ୍ରକ୍ଷାଳନ, ମୁଖାବରଣ ପରିଧାନ ଆଦି ନିୟମ ପାଳନ କରି ସୁସ୍ଥ ରୁହନ୍ତୁ ବୋଲି କହି ପ୍ରଧାନମନ୍ତ୍ରୀ କାର୍ୟ୍ୟକ୍ରମ ଶେଷ କରିଥିଲେ।
ଆୟୁଷ୍ମାନ ଭାରତ ଜରିଆରେ ସ୍ୱଳ୍ପ ମୂଲ୍ୟରେ ଏକ କୋଟିରୁ ଅଧିକ ଲୋକ ବିଭିନ୍ନ ରୋଗରୁ ସୁସ୍ଥ ହୋଇପାରିଛନ୍ତି। ଏଥିରେ ଉପକୃତଙ୍କ ମଧ୍ୟରୁ ୮୦% ଗ୍ରାମାଞ୍ଚଳର। ଆୟୁଷ୍ମାନ ଭାରତ ଯୋଗୁଁ ମଣିପୁର ଦିନ ମଜୁରିଆ କେଲେନ୍ ସାଙ୍ଗ୍‌ଙ୍କ ପୁଅ ମାରାତ୍ମକ ମସ୍ତିଷ୍କ ରୋଗରୁ ବର୍ତ୍ତି ପାରିଛି।

Related posts

ଚାମଚରେ ଖାଉଛନ୍ତି କି ଖାଦ୍ୟ ? ତାହେଲେ ଜାଣନ୍ତୁ ହାତରେ ଖାଇବାର ଫାଇଦା

mahabharatanews

ମାର୍ଚ୍ଚ ୧ରୁ ୫୦ରୁ ଅଧିକ ଆୟୁ ବର୍ଗ ପାଇଁ  ଟୀକାକରଣ: ୨୭ କୋଟି ଲୋକଙ୍କୁ ଟୀକାଦାନ

mahabharatanews

ଏଣିକି କରୋନା ସଂକ୍ରମଣରେ ଫୁସଫୁସ ରହିବ ସୁସ୍ଥ

mahabharatanews