ଓଡିଶା

ଶିମିଳିପାଳରେ ବରଫ ଆସ୍ତରଣ 

(ଭୁବନେଶ୍ୱର) : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୩ଦିନ ଯାଏ ପାଗ ଶୁଖିଲା ରହିବ।। କିଛି ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ଥିବା ବେଳେ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବ।

ସୂଚନାନୁଯାୟୀ , ଶିମିଳିପାଳ ଅଭୟାରଣ୍ୟରେ ରାତି ପାରଦ ସର୍ବନିମ୍ନ ସ୍ତରକୁ ଫେରିଥିବା କୁହାଯାଉଛି। ଅଭୟାରଣ୍ୟର ୟୁବିକେ ଅଞ୍ଚଳରେ ପାରଦ ଶୂନ ଡିଗ୍ରିକୁ ଖସିବା ସହ କେତେକ ସ୍ଥାନରେ ବରଫପାତ ହୋଇଥିବା ନଜରକୁ ଆସିଛି। ଅଭୟାରଣ୍ୟର ନଅଣାରେ ତାପମାତ୍ରା ୬, ଗୁଡୁଗୁଡ଼ିଆରେ ୭, ବରେ‌ହିପାଣିରେ ୯, ରାମତୀର୍ଥ ଓ କିଆଝରରେ ୧୧ ଡିଗ୍ରି ରହିଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି।  ଗଲା ୫ ଦିନ ଧରି ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ୧ରୁ ୮ ଡିଗ୍ରି ମଧ୍ୟରେ ରହୁଥିବା ବେଳେ ଗତକାଲି ରାତିରୁ ଆଜି ସକାଳ ୬ଟା ମଧ୍ୟରେ ଉପରବାରହାକାମୁଡ଼ାରେ ତାପମାତ୍ରା ଶୂନ ଡିଗ୍ରି ରେକର୍ଡ କରିଛି ବନ ବିଭାଗ। ନଅଣା, ଗୁଡୁଗୁଡ଼ିଆ, ବରେହିପାଣି, କିଆଝରି ଓ ରାମତୀର୍ଥରେ ତୁଷାରପାତ ହେଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟର କେତେ ସ୍ଥାନରେ ବରଫ ଆସ୍ତରଣ ଜମୁଥିବା ଦେଖିବାକୁ ମିଳିଛି।

 

Related posts

ଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ

mahabharatanews

୬ ଆଇଏଏସଙ୍କ ଉପରେ କୋରୋନା ମୁକାବିଲା ଦାୟିତ୍ୱ

mahabharatanews

ଆଜି ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ 

mahabharatanews