Uncategorized

ସିଆଇଏସଏଫ ପ୍ରୋଟୋକଲ ବ୍ରେକ: ସୋମନାଥଙ୍କ ମୋବାଇଲ ଜବତ

ମୁମ୍ବାଇ: ନିକଟରେ ମୁମ୍ବାଇ ଏୟାରପୋର୍ଟରେ ସଲ୍ଲୁ ମିଆଁଙ୍କୁ ଅଟକାଇ ତାଙ୍କ ଯାଞ୍ଚ କରିଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତିଙ୍କ ମୋବାଇଲ ଜବତ । ସୋମନାଥ ସିଆଇଏସଏଫ ପ୍ରୋଟୋକଲ ବ୍ରେକ କରିଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଛି । ଏଥିପାଇଁ ତାଙ୍କ ମୋବାଇଲ ଜବତ କରିଛି ସିଆଇଏସଏଫ । ସଲମାନଙ୍କ ଯାଞ୍ଚ କରିବା ନେଇ ସେ ଗଣମାଧ୍ୟମକୁ ତଥ୍ୟ ଦେଇଥିଲେ ।
ଏୟାରପୋର୍ଟରେ ସଲମାନ ବିମାନ ଧରିବାକୁ ଯିବା ବେଳେ ସୋମନାଥ ତାଙ୍କୁ ଅଟକାଇଥିଲେ ଓ ତାଙ୍କ ପୂର୍ଣ୍ଣ ଯାଞ୍ଚ କରିଥିଲେ । ଏହି ଯାଞ୍ଚରେ ଅବଶ୍ୟ ସଲମାନ ତାଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ । ଏସମ୍ପର୍କରେ ସେ ଗଣମାଧ୍ୟମକୁ ଜଣାଇବା ପରେ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଏଥିସହ ସୋସିଆଲ ମିଡିଆରେ ମଧ୍ୟ ସେହି ଭିଡିଓ ଭାଇରାଲ ହୋଇଥିଲା । ତେବେ ଗଣମାଧ୍ୟମକୁ ସୋମନାଥଙ୍କର ସୂଚନା ଦେବା ସିଆଇଏସ୍ଏଫ୍ ପ୍ରୋଟକଲ ବିରୋଧୀ ବୋଲି ତାଙ୍କ ମୋବାଇଲ ଜବତ କରି ନିଆଯାଇଥିବା ସିଆଇଏସ୍ଏଫ୍ ପକ୍ଷରୁ କୁହାଯାଇଛି। ସେ ଆଗକୁ ଯେପରି ଗଣମାଧ୍ୟମ ସହ କୌଣସି ତଥ୍ୟ ସେୟାର ନ କରନ୍ତି ସେଥିପାଇଁ ଏହି ପଦକ୍ଷେପ ନିଆଯାଇଥିବ।। ସିଆଇଏସ୍ଏଫ୍ ପକ୍ଷରୁ କୁହାଯାଇଛି।

 

Related posts

ସୁପ୍ରିମକୋର୍ଟରେ ସିଏଏ ଆନ୍ଦୋଳନ ବିରୋଧରେ ଆବେଦନ

mahabharatanews

ସିଏଏ ହିଂସା: ୟୁପିର ୨୧ ଜିଲ୍ଲାରେ କଡା ନିରାପତ୍ତା ବ୍ୟବସ୍ଥା

mahabharatanews

ଦିଲ୍ଲୀ ଛାଡିବା ପୂର୍ବରୁ ଜାମା ମସଜିଦରେ ଚନ୍ଦ୍ରଶେଖର

mahabharatanews