ଅପରାଧଓଡିଶା

ବାପାକୁ ପିଟି ପିଟି ହତ୍ୟା କଲା ପୁଅ

ସମ୍ବଲପୁର: ଅମଣିଷ ପାଲଟିଲା ପୁଅ । ଭୁଲିଗଲା ହିତାହିତ ଜ୍ଞାନ । ଅତି ନୃଶଂସ ଭାବେ ବାପାକୁ ପିଟି ପିଟି ହତ୍ୟା କଲା ପୁଅ । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୁଦେଲଛିଣ୍ଡା ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାମ ପ୍ରାସଦ ବାଗ । ପୁଅ ଧିରେନ ବାଗକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ସୂଚନା ଅନୁସାରେ କୌଣସି ଘଟଣାକୁ ନେଇ ଗତକାଲି ରାତିରେ ଉଭୟ ବାପା ଓ ପୁଅ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ପୁଅ ଧିରେନ୍ ରାଗିଯାଇ ବାପାଙ୍କୁ ନିର୍ଧୁମ ପିଟିଥିଲା ଫଳରେ ବାପା ରାମ ପ୍ରସାଦ ବାଗଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ଏହି ଘଟଣାରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୁଅ ଧିରେନ୍କୁ ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ ।

Related posts

ଝାରସୁଗୁଡା ଉପନିର୍ବାଚନ : ଟଙ୍କଧରଙ୍କ ନାମରେ ମୋହର ମାରିଲା ବିଜେପି

mahabharatanews

ଦେଢ କେଜିର ବ୍ରାଉନସୁଗାର ଜବତ, କୁଖ୍ୟାତ ବ୍ରାଉନସୁଗାର ବେପାରୀ  ଗିରଫ

mahabharatanews

ଝାଡାବାନ୍ତି ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

mahabharatanews