ମନୋରଞ୍ଜନ

ଚର୍ଚାରେ ଅଭିନେତ୍ରୀ ସୋନମ କପୁରଙ୍କ ଘର

(ମୁମ୍ବାଇ) : ଚର୍ଚାରେ ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର । ଫିଲ୍ମ ସ୍କ୍ରିନରେ ଆଉ ସକ୍ରିୟ ନଥିଲେ ମଧ୍ୟ  ସୋସିଆଲ ମିଡିଆରେ ତାଙ୍କର ଚାହିଦା ସେପରି ରହିଛି। ସୋନମ ଇନଷ୍ଟାଗ୍ରାମରେ ଖୁବ୍ ସକ୍ରିୟ। ଏବେ ତାଙ୍କ ଘରକୁ ନେଇ ଚର୍ଚା ଜୋର ଧରିଛି । ଟେବୁଲ ଉପରେ ନନ୍ଦୀଙ୍କ ଏକ ପ୍ରତିମୂର୍ତ୍ତି ଅଛି। କାଠ ଟେବୁଲଗୁଡିକୁ ସୁନ୍ଦର ଫୁଲ, ମହମବତୀ, ରୂପା ହାତୀ ମୂର୍ତ୍ତି ଏବଂ ବାସନରେ ସଜାଯାଇଛି।

ସୂଚନାନୁଯାୟୀ,ଅନିଲ କପୁରଙ୍କ ଝିଅ ସୋନମ ତାଙ୍କ ସ୍ୱାମୀ ଆନନ୍ଦ ଅହୁଜାଙ୍କ ସହ ତାଙ୍କ ଲଣ୍ଡନ ଘରେ ରୁହନ୍ତି, କିନ୍ତୁ ରବିବାର ଦିନ ସେ ଦିଲ୍ଲୀର ନିଜର ଏକ ବିଳାସପୂର୍ଣ୍ଣ ଘରର ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ କିଛି ଅତିଥିଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ହେଉଥିବାର ଦେଖିବାକୁ ମିଳିଛି। ସୋନମଙ୍କ ଶାଶୂଘରର  ଭିତର ସାଜସଜ୍ଜା ଦେଖି ଲୋକେ ବେଶ ପ୍ରଶଂସା କରିଛନ୍ତି ।

Related posts

ପରଲୋକରେ କନ୍ନଡ଼ ଅଭିନେତା କେ.ଶିବରାମ

mahabharatanews

ମାଳଦ୍ଵୀପରୁ ବିପାଶା ସେୟାର କଲେ ରୋମାଣ୍ଟିକ ଫୋଟୋ

mahabharatanews

ଅଭିନୟ ଦୁନିଆରେ ପାଦ ଥାପିବେ ସାରା ତେନ୍ଦୁଲକର

mahabharatanews