ମନୋରଞ୍ଜନ

ଗିରଫ ହେଲେ ପୁଷ୍ପା’ର ଅଭିନେତା

(ହାଇଦ୍ରାବାଦ) :  ହାଇଦ୍ରାବାଦରୁ ଗିରଫ ହେଲେ ଜଗଦୀଶ । ଗିରଫ ଜଗଦୀଶ ବ୍ଲକବଷ୍ଟର ହିଟ୍‌ ଫିଲ୍ମ ‘ପୁଷ୍ପା’ର ଅଭିନେତା ଥିଲେ। ଏବେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ହାଇଦ୍ରାବାଦ ପଞ୍ଜାଗୁଟ୍ଟା ପୁଲିସ ଅଭିନେତା ଜଗଦୀଶ ପ୍ରତାପ ଭଣ୍ଡାରୀଙ୍କୁ ଗିରଫ କରି ନେଇଥିବା ଜଣାପଡ଼ିଛି।  ଦର୍ଶକ ତାଙ୍କୁ ପରଦାରେ ଅଲ୍ଲୁ ଅର୍ଜୁନଙ୍କ ସାଙ୍ଗ କେଶବ ଭୂମିକାରେ ଦେଖିବାକୁ ପାଇଥିଲେ। ଗିରଫ ଅଭିନେତାଙ୍କ ବିରୋଧରେ ପ୍ରେମିକାଙ୍କୁ ଜୀବନ ହାରିବା ପାଇଁ ଉସୁକାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ପ‌ରେ ପୁଲିସ ତାଙ୍କୁ ଗିରଫ କରିଛି।

ସୂଚନାନୁଯାୟୀ ,  ୩୦ ବର୍ଷୀୟ ଜଗଦୀଶ ପ୍ରତାପ ଜଣେ ଜୁନିଅର ଆର୍ଟିଷ୍ଟଙ୍କ ସହ ଅନେକ ଦିନ ହେବ ଲିଭ୍‌ ଇନ୍ ରିଲେସନସିପରେ ରହୁଥିଲେ। ଗତ ନଭେମ୍ବର ୨୯ ତାରିଖରେ ଜଗଦୀଶ ଲିଭ୍‌-ଇନ୍‌ ପାର୍ଟନରଙ୍କୁ ଅନ୍ୟଜଣେ ପୁରୁଷଙ୍କ ସହିତ ଦେଖିବା ପରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଏମିତି କି ଜଗଦୀଶ ଉକ୍ତ ପୁରୁଷଙ୍କ ସହ ମହିଳାଙ୍କ ଭିଡିଓ କ୍ଲିପ ରେକର୍ଡ କରି ଦେଇଥିଲେ। ଏହାକୁ ନେଇ ଜଗଦୀଶ ମହିଳାଙ୍କୁ ଧମକ ଦେବାରୁ ସେ ଜୀବନ ହାରି ଦେଇଥିଲେ।

Related posts

‘ଗଦର-୨’ ଦେଖିଲେ ନାହିଁ ଅମିଷାଙ୍କ ପରିବାର ଲୋକେ

mahabharatanews

ହିଟ ହୋଇଥିବା ବିବାଦୀୟ ୫ଟି ଫିଲ୍ମ

mahabharatanews

୧୦୦ ପରିବାରକୁ ୧ଲକ୍ଷ ଟଙ୍କା ଲେଖାଏଁ ବାଣ୍ଟିଲେ ସୁପରଷ୍ଟାର ବିଜୟ 

mahabharatanews