(ଓମପ୍ରକାଶ ମିଶ୍ର, ସୋନପୁର): ଆଜି ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବିସିପଡା ପଞ୍ଚାୟତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କୋରୋନା କଟକଣାକୁ ମାନି ରକ୍ତଦାତାମାନେ ୩୦ ୟୁନିଟ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପିଙ୍କି ବିଶି ଓ ଧର୍ମଶାଳା ଫାଣ୍ଡି ଅଧିକାରୀ ଶିଶୁପାଳ ନାଗ ,ସମ୍ମାନିତ ଅତିଥି ପ୍ରଦୀପ ପୁରୋହିତ ଉପସ୍ଥିତ ଥିଲେ । ମକ୍ଟଙ୍ଖସୟ ମୁକାବିଲା ସମୟରେ ଏହି ରକ୍ତଦାନ ଶିବିରର ଆୟୋଜନ ରକ୍ତ ଅଭାବକୁ ପୁରାଣ କରିବ ବୋଲି ଆସୋସିଏସନ ପକ୍ଷରୁ କୁହା ଯାଇଛି । ଏହି ଅବସରରେ ସୁବର୍ଣପୁର ଜିଲ୍ଲା ବୁଢ଼ାରାଜା ଯୁବ ସଂଗଠନର ସଭାପତି ଶିବ ଶଙ୍କର ନାଏକ ,ଓଡ଼ିଶା ପୋଲିସ ସଂଗଠନର କନେଷ୍ଟବଲ ସଂଘ ସଭାପତି କୁମୁଦ ମେହେର ,ଦିନେସ ମିଶ୍ରଙ୍କ ସମେତ ଜିଲ୍ଲା ରକ୍ତଦାତା ସଙ୍ଘ ଓ ଯୋଗଗୁରୁ ସଂପାଦକ ମନୋଜ ପଣ୍ଡା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ଡ଼ଃ ଦୁର୍ଗା ଦତ୍ତ ଦାଶ ,ସୁବାସ ପଣ୍ଡା ,ଜଗତ ଦାରୁଅନ ,ୟୁଦିସ୍ତିର ନାୟକ ,ସୁନୀଲ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।