ଓଡିଶା

ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ନବବିବାହିତା ପତ୍ନୀ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟ ରଂଜନ ମହାପାତ୍ରଙ୍କ ନିଆଁରେ ପୋଡିହୋଇ ହୋଇଥିବା ମୃତ୍ୟୁକୁ ନେଇ ବିଭିନ୍ନ ମତ ପ୍ରକାଶ ପାଉଥିବା ବେଳେ ଆଜି ପ୍ରଥମ କରି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ନବବିବାହିତା ପତ୍ନୀ ବିଦ୍ୟା ଭାରତୀ ପଣ୍ଡା । ସେ ସୌମ୍ୟଙ୍କ ପରିବାର ବର୍ଗଙ୍କ ଅଭିଯୋଗକୁ ଖଣ୍ଡନ କରି ଏହାକୁ ଏକ ଦୁର୍ଘଟଣା ବୋଲି କହିଛନ୍ତି । ବିଦ୍ୟା କହିଛନ୍ତି, ଘଟଣା ଦିନ ଆମେ ବେଶ ଆନନ୍ଦିତ ଥିଲୁ । ରୋଷେଇ ଚାଲିଥିବା ବେଳେ ସୌମ୍ୟ ଖାଇବା ବାଢ଼ିବା ପାଇଁ ଯାଇଥିଲେ। ଏହି ସମୟରେ ସୌମ୍ୟଙ୍କଠି ନିଆଁ ଲାଗିଯାଇଥିଲା । ତାଙ୍କ ନାମରେ ଯେଉଁ ଅଭିଯୋଗ ହେଉଛି ତଥା ଡିଏଫ୍ଓ ବା ଅନ୍ୟ ବ୍ୟକ୍ତିଙ୍କ ସଂପୃକ୍ତିକୁ ସେ ଖଣ୍ଡନ କରିଛନ୍ତି।
ସେପଟେ ସୌମ୍ୟଙ୍କ ପରିବାର ଲୋକେ ତାଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ, ଘଟଣା ଦିନ ଘରେ ବିଦ୍ୟା, ଡିଏଫଓ ଓ ରୋଷେଇ କରୁଥିବା ଗାର୍ଡ ଥିଲେ। ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲେ ମଧ୍ୟ କାହାର କିଛି ହୋଇନାହିଁ କିପରି? ତିନି ଜଣ ମିଶି ଷଡ଼ଯନ୍ତ୍ର କରି ସୌମ୍ୟଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଥିସହ ତିନି ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରିବାକୁ ଦାବି କରୁଛନ୍ତି । ।
ଗତ ସୋମବାର ରାତି ୯ଟାରେ ସୌମ୍ୟଙ୍କ ସରକାରୀ ବାସଭବନରୁ ବିଦ୍ୟାଙ୍କ ଚିକ୍ରାର ପଡୋଶୀ ଶୁଣିବାକୁ ପାଇଥିଲେ । ଚିକ୍ରାର ଶୁଣି ପଡୋଶୀ ଯାଇ ଦେଖନ୍ତି ସୌମ୍ୟଙ୍କ ଶରୀରରେ ନିଆଁ ସେ ପୋଡି ଗୁରୁତର ହୋଇ ପଡିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥ।।ରେ ପ୍ରଥମେ ପାରଳାଖେମୁଣ୍ଡି ହସ୍ପିଟାଲକୁ ନିଆଯାଇଥିଲା । ସ୍ଥିତି ଗମ୍ଭୀର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ମଙ୍ଗଳବାର ସକାଳେ ସୌମ୍ୟଙ୍କୁ କଟକରେ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

 

Related posts

ଶୀତର କୁହୁଡ଼ିକୁ ପଛରେ ପଛେଇ ଉତ୍ସାହ ଓ ଆନନ୍ଦରେ ପାଳିତ ହେଉଛି ଖ୍ରୀଷ୍ଟଜନ୍ମ ପର୍ବ…

mahabharatanews

ପାରାଦ୍ୱୀପରେ ବୁଦ୍ଧିଜିବୀ ସମ୍ମିଳନୀ ।

mahabharatanews

ବହୁଜନ କ୍ରାନ୍ତ୍ରୀ ମୋର୍ଚ୍ଚା ପକ୍ଷରୁ ଢେଙ୍କାନାଳଠାରେ ଭାରତ ବନ୍ଦ

mahabharatanews