ବିଶ୍ୱଵାଣିଜ୍ୟ

ଆର୍ଥିକ ସଂକଟରେ ଶ୍ରୀଲଙ୍କା

ଶ୍ରୀଲଙ୍କା : ଋଣଗ୍ରସ୍ତ ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି। ବିଦେଶରୁ ଆବଶ୍ୟକ ଜିନିଷ ପତ୍ର ଆମଦାନୀ ନିମନ୍ତେ ଦେଶ ପାଖରେ ଆବଶ୍ୟକ ବିନିମୟ ଭଣ୍ଡାର (ଡଲାର) ନାହିଁ। ଡଲାର ଅଭାବ ଯୋଗୁଁ ଶ୍ରୀଲଙ୍କା ସରକାର ବିଦେଶରୁ ଇନ୍ଧନ, ଔଷଧ, ଖାଦ୍ୟ ଓ କାଗଜ ଆମଦାନୀ କରିପାରୁ ନାହାନ୍ତି। ଦେଶରେ କାଗଜର ଅଭାବ ଯୋଗୁଁ ମୁଦ୍ରଣ କାମ ବନ୍ଦ ହୋଇଯାଇଛି। ଏପରିକି ପିଲାଙ୍କ ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ମୁଦ୍ରଣ କରିବା ଅସମ୍ଭବ ହୋଇପଡିଛି। ଏହାକୁ ନେଇ ଶ୍ରୀଲଙ୍କାର ପଶ୍ଚିମାଞ୍ଚଳ ରାଜ୍ୟରେ ସ୍କୁଲ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଦ ସିଂହଲା ନ୍ୟୁଜ୍‌ର ରିପୋର୍ଟ ଅନୁଯାୟୀ କାଗଜ ଅଭାବ କାରଣରୁ ୯ମ, ୧୦ମ ଓ ୧୧ଶ ପରୀକ୍ଷାକୁ ଏପ୍ରିଲ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ମାର୍ଚ୍ଚ ୨୮ରେ ଏହି ପରୀକ୍ଷା ହେବାକୁ ଥିଲା। ତେବେ ୬ଷ୍ଠ, ୭ମ ଓ ୮ମ ଶ୍ରେଣୀ ପରୀକ୍ଷା ବିଦ୍ୟାଳୟସ୍ତରରେ ହେବ। ଅଶୋଧିତ ତୈଳ ଆମଦାନୀ ଅଭାବ ଯୋଗୁଁ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖାଯାଇଛି। ଗାଡିରେ ଇନ୍ଧନ ଭରିବା ଲାଗି ଲୋକେ ପେଟ୍ରୋଲ ପମ୍ପଗୁଡିକରେ ଲମ୍ବା ଧାଡି ଲଗାଇଉଛନ୍ତି।

ରବିବାର ଇନ୍ଧନ ପାଇଁ ପେଟ୍ରୋଲ ପମ୍ପରେ ଧାଡିରେ ଅପେକ୍ଷା କରି ଦୁଇ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଅଶୋଧିତ ତୈଳର ଅଭାବ ଯୋଗୁଁ ଶ୍ରୀଲଙ୍କା ସରକାର ଏହାର ଏକମାତ୍ର ତୈଳ ବିଶୋଧନାଗାରକୁ ରବିବାର ବନ୍ଦ କରିଦେଇଛନ୍ତି। ଏ ସମ୍ପର୍କରେ ଶ୍ରୀଲଙ୍କ ପେଟ୍ରୋଲିୟମ୍ ସାଧାରଣ ସଂଘର ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଦେଶରେ ଖାଦ୍ୟ ମୁଦ୍ରାସ୍ଫତୀ ୨୫.୭% ରହିଛି। ଚା’ କପ୍‌ର ମୂଲ୍ୟ ୧୦୦ଟଙ୍କା ହୋଇଛି। ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ଶ୍ରୀଲଙ୍କା ମୁଦ୍ରାରେ ୨୭୫ଟଙ୍କା ହୋଇଛି।

ସ୍ୱାଧୀନତା ପରଠାରୁ ଦେଶ ସବୁଠାରୁ ଆର୍ଥିକ ସଂକଟ ଦେଇ ଗତି କରୁଛି। ଆର୍ଥିକ ସହାୟତା ନିମନ୍ତେ ଶ୍ରୀଲଙ୍କା ସରକାର ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ)ର ସହଯୋଗ ଲୋଡିଛି। ଶ୍ରୀଲଙ୍କାକୁ ସହାୟତା ଦେଉଥିବା ଅନ୍ୟତମ ରାଷ୍ଟ୍ର ଚୀନ୍‌କୁ ମଧ୍ୟ ସରକାର ସହାୟତା ମାଗିଛନ୍ତି। ଶ୍ରୀଲଙ୍କା ଉପରେ ଏବେ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାର ୬୯୦ କୋଟି ଡଲାର ଋଣ ରହିଛି। ଶ୍ରୀଲଙ୍କା ବିନିମୟ ଭଣ୍ଡାରରେ ଗଚ୍ଛିତ ୨୩୦ କୋଟି ଡଲାର ଫେବୃଆରୀରୁ ଶେଷ ହୋଇଗଲାଣି। ଚୀନଠାରୁ ଆଣିଥିବା ୮୦୦ କୋଟି ଡଲାର ଋଣ ଏହା ପରିଶୋଧ କରିପାରି ନାହିଁ

Related posts

ଇସ୍ରାଏଲ୍‌ରେ ନୂଆ ଭାରିଆଣ୍ଟ,୨ ସଂକ୍ରମିତ ଚିହ୍ନଟ

mahabharatanews

ଲଞ୍ଚ ହେଲା ଭାରତ ସ୍କାନର ଆପ୍

mahabharatanews

ପତ୍ନୀଙ୍କ ଠାରୁ ଅଲଗା ହେବେ କାନାଡ଼ା ପ୍ରଧାନମନ୍ତ୍ରୀ

mahabharatanews