ଓଡିଶା

ଆସନ୍ତାକାଲି ପରିକ୍ରମା ପ୍ରକଳ୍ପର ଶୁଣାଣି

ପୁରୀ: ଆସନ୍ତା କାଲି ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଣାଣି । ଶୁଣାଣିକୁ ନେଇ ଆଜି ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ । ତେବେ ଆସନ୍ତା କାଲି ହେବାକୁ ଥିବା ଶୁଣାଣି ଉପରେ ସଭିଙ୍କ ନଜର ରହିଥିବା ବେଳେ ଦିନକୁ ଦିନ ଏହି ପ୍ରକଳ୍ପର ବିବାଦ ରାଜ୍ୟ ରାଜନୀତିରେ ଘନିଭୂତ ହେବାକୁ ଲାଗିଛି । ଆଜି ସୁପ୍ରିମ କୋର୍ଟର ବିଚାର ପତି ବିଆର ଗଭାଇ ଓ ବିଚାରପତି ହିମା କୋହଲିଙ୍କ ଖଣ୍ଡ ପୀଠରେ ଶୁଣାଣି ତାଲିକା ୨୦ ରେ ଶ୍ରୀ ମନ୍ଦିର ପରିକ୍ରମା ମାମଲା ସ୍ଥାନ ପାଇଥିଲା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅତିରିକ୍ତ ଶୂଣାଣୀ ତାଲିକା ଅନୁଯାୟୀ ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ କୁମାର ଘଡେଇଙ୍କ ଦ୍ୱାରା ଆଗତ ମାମଲା ଦ୍ୱୟର ଶୁଣାଣି ଆଜି କରାଯାଇଥିଲା । ଅଭିଯୋଗ ଅନୁସାରେ ଆମସାର ଆଇନକୁ ଉଲ୍ଲଘଂନ କରି ରାଜ୍ୟ ସରକାର ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି ବୋଲି ମାମଲାକାରୀ ମାନେ ଦର୍ଶାଇଥିଲା ଏବଂ ଏହାସହ ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦକରିବାକୁ ଆଦେଶ ଜାରୀ ନେଇ ଏସଏଲପିରେ ନିବେଦନ କାରାଯାଇଥିଲା । ଏ ସବୁପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଆଜି ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ଆସନ୍ତା କାଲି ମାନ୍ୟବର ସୁପ୍ରିମ କୋର୍ଟ ଏହି ମାମଲା ଉପରେ କଣ ଶୁଣାଣି କରୁଛନ୍ତି ତାହା ଉପରେ ସଭିଙ୍କ ନଜର ରହିଛି ।

Related posts

ରାଜ୍ୟରେ ଆଜି ଆଉ ୧୭୪ କରୋନା ମାମଲା

mahabharatanews

ରୋଷେଇ ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର, ଜଳିଗଲା ୬ ବଖରା ଘର

mahabharatanews

ବସ୍-ବୋଲେରୋ ମୁହାଁମୁହିଁ ଧକ୍କା, ୪ ମୃତ

mahabharatanews