ଓଡିଶା

ଘରକୁ ଆସିଲେ ଦୁଇଟି ଦୁଇଟି ଅତିଥି ; ଖୁସି ଖବର ଦେଲେ ଚୁଲବୁଲି ନାୟିକା ଝିଲିକ୍

(ଭୁବନେଶ୍ୱର) : ଖୁସି ଖବର ଦେଲେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଚୁଲବୁଲି ନାdòକା ଝିଲିକ୍ ଭଟ୍ଟାଚାର୍ଯ୍ୟ । ଘରକୁ ଆସିଲେ ଗୋଟିଏ ନୁହେ ବରଂ ଦୁଇଟି ଦୁଇଟି ଅତିଥି । ଚନ୍ଦ୍ରଶେଖରପୁରର ଏକ ଘରୋଇ ହସ୍ପିଟାଲ୍ରେ ସେ ଦୁଇଟି କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।

ଏନେଇ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ସହ ତାଙ୍କ ଜନ୍ମଦିନରେ ଭଗବାନଙ୍କ ଏହା ସବୁଠୁ ବଡ଼ ଉପହାର ବୋଲି କହିଛନ୍ତି । ନୂଆ ଅତିଥିଙ୍କୁ ସ୍ୱାଗତ ପାଇଁ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ଝିଲିକଙ୍କ ସ୍ୱାମୀ ତଥା ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଘଡ଼େଇଙ୍କ ସୁପୁତ୍ର ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ଓରଫ୍ ଡାନି ମଧ୍ୟ ଖୁସି ଅଛନ୍ତି । ଏଥିପାଇଁ ଅନେକ କଳାକାର ଓ ସାଥୀ, ସହଯୋଗୀ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସୂଚନାନୁଯାୟୀ , ୨୦୨୦ ମାର୍ଚ୍ଚ ୧୧ରେ ଗଞ୍ଜାମ ଜିଲ୍ଲା ପଥରାସ୍ଥିତ ସ୍ୱସ୍ତି ଚିଲିକା ରିସର୍ଟରେ ରୀତିନୀତିରେ ଝିଲିକ୍ ଓ ଡାନିଙ୍କ ବିବାହ ସମ୍ପନ୍ନ ହୋଇଥିଲା ।

କାହାକୁ କିଛି ନ ଜଣାଇ ଦୁଇ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଭୁବନେଶ୍ୱରରୁ ପ୍ରାୟ ୧୧୫ କିଲୋମିଟର ଦୂରରେ ହୋଇଥିବା ଏହି ବାହାଘରକୁ ନେଇ ସେତେବେଳେ ଜୋର୍ଦାର ଚର୍ଚ୍ଚା ହୋଇଥିଲା ।

Related posts

କାନକୁହାଳିଙ୍କ ପ୍ରରୋଚନାକୁ ସାବଧାନ

mahabharatanews

ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ

mahabharatanews

ଲକ ଡାଉନରେ ମତ୍ସଜୀବୀ ପ୍ରଭାବିତ: ଭୋକ ଉପାସରେ କାଟୁଛନ୍ତି ଦିନ

mahabharatanews