ଓଡିଶାମନୋରଞ୍ଜନ

ସୁଟିଂ ସେଟ୍‌ରେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ

(ଭୁବନେଶ୍ୱର) : ସୁଟିଂ ସେଟ୍‌ରେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ । ବାଙ୍କୀରେ ‘ନବ କଳେବର’ ଫିଲ୍ମ ସୁଟିଂ ଚାଲିଥିବା ବେଳେ ସୁଟିଂସେଟ୍‌ରେ ଆହତ ହୋଇଛନ୍ତି ଅଭିନେତା ଶ୍ରୀତମ ଦାସ।  ଘୋଡ଼ାରୁ ଖସି ପଡିଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ଶ୍ରୀତମ ସୁଟିଂ କରୁଥିବା ବେଳେ ଏକ ଘୋଡ଼ାରୁ ଖସି ପଡ଼ିଥିଲେ। ସେଥିରେ ତାଙ୍କର ଡାହାଣ ହାତରେ ଆଘାତ ଲାଗିଥିଲା। ସେଠାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ପରୀକ୍ଷା ପରେ ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଥିବା ଜଣାପଡିଛି । ଗତକାଲି ତାଙ୍କ ହାତର ପ୍ଲାଷ୍ଟର ହୋଇଥିବା ବେଳେ ଆଜି ହୁଏତ ହାତରେ ଅସ୍ତ୍ରୋପଚାର ହୋଇପାରେ। ତେବେ ତାଙ୍କ ପ୍ରଶଂସକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Related posts

୩ ମାସର ଦେୟ ପୈଠ ଅବଧି କୋହଳ କଲା ଅପୋସା

mahabharatanews

ପାଣ୍ଠି ବୃଦ୍ଧି କରିବା ନେଇ ଗୃହରେ ସରଗରମ ଆଲୋଚନା

mahabharatanews

ରାଜ୍ୟରେ ଲାଗି ରହିବ ବର୍ଷା

mahabharatanews