ଓଡିଶାମନୋରଞ୍ଜନ

ସୁଟିଂ ସେଟ୍‌ରେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ

(ଭୁବନେଶ୍ୱର) : ସୁଟିଂ ସେଟ୍‌ରେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ । ବାଙ୍କୀରେ ‘ନବ କଳେବର’ ଫିଲ୍ମ ସୁଟିଂ ଚାଲିଥିବା ବେଳେ ସୁଟିଂସେଟ୍‌ରେ ଆହତ ହୋଇଛନ୍ତି ଅଭିନେତା ଶ୍ରୀତମ ଦାସ।  ଘୋଡ଼ାରୁ ଖସି ପଡିଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ଶ୍ରୀତମ ସୁଟିଂ କରୁଥିବା ବେଳେ ଏକ ଘୋଡ଼ାରୁ ଖସି ପଡ଼ିଥିଲେ। ସେଥିରେ ତାଙ୍କର ଡାହାଣ ହାତରେ ଆଘାତ ଲାଗିଥିଲା। ସେଠାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ପରୀକ୍ଷା ପରେ ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଥିବା ଜଣାପଡିଛି । ଗତକାଲି ତାଙ୍କ ହାତର ପ୍ଲାଷ୍ଟର ହୋଇଥିବା ବେଳେ ଆଜି ହୁଏତ ହାତରେ ଅସ୍ତ୍ରୋପଚାର ହୋଇପାରେ। ତେବେ ତାଙ୍କ ପ୍ରଶଂସକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Related posts

ଏରିୟର କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ

mahabharatanews

ଗୋରୁ ହାଟରେ କୋଭିଡ ନିୟମକୁ ଉଲଙ୍ଘନ

mahabharatanews

ଚାଲିଛି ଗୁପ୍ତ ସେବା, ଶ୍ରୀଜିଉଙ୍କୁ ଲାଗି ହେବ ଓଷ

mahabharatanews