ଅପରାଧ

ନିଶା କାରବାର ରୋକିବାରେ କ୍ରାଇମବାଞ୍ଚ ଏସଟିଏଫର ଆଉ ଏକ ବଡ଼ ସଫଳତା

(ଭୁବନେଶ୍ୱର): ନିଶା କାରବାର ରୋକିବାରେ କ୍ରାଇମବାଞ୍ଚର ଏସଟିଏଫକୁ ଆଉ ଏକ ବଡ଼ ସଫଳତା । ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ୩୨୬ଗ୍ରାମ ଅଫିମ ଜବତ କରାଯାଇଛି । ଏକ ବିଶେଷ ସୂତ୍ରରୁ ଖବର ପାଇଁ ଭଦ୍ରକ ଟାଉନରେ ଚଢାଉ କରିଥିଲା ଏସଟିଏଫ । ଚଢାଉ ସମୟରେ ନିର୍ଜା ସହିଦବାଗ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ୩୨୬ ଗ୍ରାମ ଅଫିମ ସହିତ ୨୪ହଜାର ୪ଶହ ୮୦ଟଙ୍କା ଜବତ କରାଯାଇଛି । ନିର୍ଜା ସହିଦବାଗଙ୍କ ଘର ଭଦ୍ରକ ଜିଲ୍ଲାର ପୁରୁଣା ବଜାର ନିକଟରେ ବୋଲି ଜଣାପଡ଼ିଛି । ଏଠାରୁ ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲଣ କରାଯାଇଛି । ସୂଚନାଯୋଗ୍ୟ ଗତ ୧୫ ଦିନ ମଧ୍ୟରେ ଏସଟିଏଫ ତରଫରୁ ବିଭିନ୍ନ ସା୍ଥନରେ ଯେମିତି ପୁରୀ,ବାଲେଶ୍ୱର,ଅନୁଗୁଳ,ଖୋର୍ଦ୍ଧା,ଢେଙ୍କାନା.ଭୁବନେଶ୍ୱର, ପିପିଲି ଓ ଭଦ୍ରକରେ ମଧ୍ୟ ଚଢଉ କରି ନିଶା ବିରୋଧରେ ୭ଟି ମାମଲା ରୁଜୁ କରାଯାଇଛି । ଏହି ୭ଟି ମାମଲାରେ ମୋଟ ୧୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମୋଟ ୪୧୭ଗ୍ରାମ ବ୍ରାଉନସୁଗାର ୩୨୪ଗ୍ରାମ ଅଫିମ, ନଗଦ ୧୧ଲକ୍ଷ ଟଙ୍କା,ଗୋଟିଏ ମାରୁତିକାର,୭ଟି ମୋଟର ସାଇକେଲ ଓ କିଛି ବ୍ୟାଙ୍କ ପାସବୁକ ଜବତ କରାଯାଇଛି ।

Related posts

ଦିନ ଦି ପହରେ ଲୁଟିନେଲେ ଦୁର୍ବୃତ୍ତ

mahabharatanews

ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ଶିଶୁ ସୁରକ୍ଷା ବିଭାଗ ତଦନ୍ତ ପ୍ରକିୟା ଆରମ୍ଭ

mahabharatanews

ପ୍ରଧାନମନ୍ତ୍ରୀଙ୍କ ନାମରେ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର: ୪ ଗିରଫ

mahabharatanews